ପାକିସ୍ତାନକୁ ସହାୟତା, ଟ୍ରମ୍ପଙ୍କୁ ସମାଲୋଚନା ; ପାକିସ୍ତାନକୁ IMF ସହାୟତା ନ ଅଟକାଇବା ନେଇ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ସମାଲୋଚନା

ପାକିସ୍ତାନକୁ ଆଇଏମ୍‌ଏଫ୍ ସହାୟତା ନ ଅଟକାଇବା ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସମାଲୋଚନା। ଆମେରିକା ମିଲିଟାରୀ ରଣନୀତିକାର ଟ୍ରମ୍ପ ପ୍ରଶାସନକୁ ପ୍ରଶ୍ନ କରିଛନ୍ତି। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଉଥିବା ଦେଶକୁ ଆଇଏମ୍‌ଏଫ୍ ସହାୟତା କାହିଁକି ଅଟକାଇଲେ ନାହିଁ ଟ୍ରମ୍ପ ପ୍ରଶାସନ, ଏନେଇ ପ୍ରଶ୍ନ ଉଠାଇଛନ୍ତି ଆମେରିକା ସେନା ରଣନୀତିକାର।

ପାକିସ୍ତାନକୁ ସହାୟତା, ଟ୍ରମ୍ପଙ୍କୁ ସମାଲୋଚନା

ପାକିସ୍ତାନକୁ ସହାୟତା, ଟ୍ରମ୍ପଙ୍କୁ ସମାଲୋଚନା Photograph: (kanak news)

କନକ ବ୍ୟୁରୋ: ପାକିସ୍ତାନକୁ ଆଇଏମ୍‌ଏଫ୍ ସହାୟତା ନ ଅଟକାଇବା ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସମାଲୋଚନା । ଆମେରିକା ମିଲିଟାରୀ ରଣନୀତିକାର ଟ୍ରମ୍ପ୍ ପ୍ରଶାସନକୁ ପ୍ରଶ୍ନ କରିଛନ୍ତି । ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଉଥିବା ଦେଶକୁ ଆଇଏମ୍‌ଏଫ୍ ସହାୟତା କାହିଁକି ଅଟକାଇଲେ ନାହିଁ ଟ୍ରମ୍ପ୍ ପ୍ରଶାସନ, ଏନେଇ ପ୍ରଶ୍ନ ଉଠାଇଛନ୍ତି ଆମେରିକା ସେନା ରଣନୀତିକାର । ପାକିସ୍ତାନକୁ ଆଇଏମ୍‌ଏଫ୍ ସହାୟତା ଦେବା ଅର୍ଥ ଚାଇନାକୁ ମଧ୍ୟ ସହଯୋଗ କରିବା ବୋଲି ସେ ଦର୍ଶାଇଛନ୍ତି । ପାକିସ୍ତାନ ବର୍ଷ ବର୍ଷ ଧରି ଆତଙ୍କବାଦୀଙ୍କୁ ସମର୍ଥନ କରି ଆସୁଛି । ଏହାସତ୍ତ୍ୱେ କାହିଁକି ତାଙ୍କୁ ପାଣ୍ଠି ଦିଆଗଲା ପ୍ରଶ୍ନ ଉଠାଇଛନ୍ତି ଏହି ରଣନୀତିକାର ।  

ସେପଟେ ପାକିସ୍ତାନ ବିଦେଶ ମନ୍ତ୍ରୀ ଇଶାକ ଦାର ଦେଇଛନ୍ତି ବଡ଼ ବୟାନ । ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ମେ’ ୧୮ ତାରିଖ ପର୍ଯ୍ୟନ୍ତ କାଏମ ରହିବ ବୋଲି ସେ କହିଛନ୍ତି । ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ଏଭଳି ବୟାନ ଏବେ ହଇଚଇ ସୃଷ୍ଟି କରିଛି । ପ୍ରତିକ୍ରିୟା ସାମ୍ନାକୁ ଆସିବା ପରେ ଉଭୟ ଦେଶ ମଧ୍ୟରେ ପୁଣି ଉତ୍ତେଜନା ବଢ଼ିବା ନେଇ ଆଶଙ୍କା କରାଯାଉଛି । ପାକସ୍ତାନର ବୈଦେଶିକ ମନ୍ତ୍ରୀଙ୍କ ଏଭଳି ବୟାନ ପରେ ଭାରତ- ପାକ୍ ବିବାଦକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ଭାରତ ଓ ପାକିସ୍ତାନ ମଧ୍ୟରେ ସାମରିକ ସଂଘର୍ଷ ପୁଣି ଆରମ୍ଭ ହେବାକୁ ଯାଉଛି ବୋଲି ପ୍ରଶ୍ନ ଉଠିଛି । ପାକିସ୍ତାନର ବୈଦେଶିକ ମନ୍ତ୍ରୀ ହଠାତ ଅସ୍ତ୍ରବିରତିର ସମୟସୀମା ସମ୍ପର୍କରେ ଗଣମାଧ୍ୟମକୁ ବୟାନ ଦେବା ପଛରେ ପାକର କିଛି ଜଟିଳ ରଣନୀତି ଥିବା କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe