କନକ ବ୍ୟୁରୋ: ଖବର ପ୍ରସାରଣ ପରେ ତେଜିଲା ପ୍ରଶାସନ । ଘରେ ଜୀବନ ମୃତ୍ୟୁ ସହ ଲଢୁଥିବା ଯୁବତୀଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରିଛି ସ୍ଥାନୀୟ ପ୍ରଶାସନ । ନବରଙ୍ଗପୁର ରାଇଘର ଥାନା ଅଞ୍ଚଳରେ ନର୍ସିଂ ଛାତ୍ରୀଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ ଘଟଣା ଖବର ପ୍ରସାରଣ ପରେ ତତ୍ପରତା ଦେଖାଇଛି ପ୍ରଶାସନ । ଗୁରୁତର ଅବସ୍ଥାରେ ଥିବା ପୀଡ଼ିତାଙ୍କୁ ଉମରକୋଟ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଏବେ ବି ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ତେବେ ଡାକ୍ତର ତାଙ୍କୁ ଚିକିତ୍ସା କରିବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି । ପୀଡ଼ିତାଙ୍କ ସ୍ୱାସ୍ଥାବସ୍ଥା ନେଇ ଡାକ୍ତର କ୍ୟାମେରା ସମ୍ମୁଖରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି । କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ସୂଚନା ଦେଇଛନ୍ତି । ଏକ ତରଫା ପ୍ରେମକୁ ନେଇ ଯୁବକଙ୍କ ମାନସିକ ଓ ଶାରୀରିକ ନିର୍ଯାତନା ସହି ନପାରି ଏଭଳି ଚରମ ନିଷ୍ପତ୍ତି ନେଇଥିଲେ ରାଇଘରର ଯୁବତୀ । ପୀଡ଼ିତା କୋରାପୁଟ ଜୟପୁର ଠାରେ ବିଏସସି ନର୍ସିଂର ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ । ପୋଡ଼ଶୀ ଗାଁର ପୁଅ ସତ୍ୟଜିତ ସରକାର ପୀଡ଼ିତା ଛାତ୍ରୀକୁ ଏକ ତୋରଫା ପ୍ରେମ କରୁଥିଲେ। ପୀଡିତା ଙ୍କୁ ଏଥିପାଇଁ ବାରମ୍ବାର ହଇରାଣ କରୁଥିଲେ । ଗତ ଜୁଲାଇ ୧୩ ତାରିଖରେ ଜୟପୁର ବଜାରରେ ଛାତ୍ରୀଙ୍କୁ ମାରପିଟ କରିଥିଲେ ସତ୍ୟଜିତ । ଏହାକୁ ନେଇ ଜୟପୁର ଟାଉନ ଥାନାରେ ଏତଲା ଦେଇଥିଲେ ଯୁବତୀ ଜଣଙ୍କ । ହେଲେ ପୁଲିସ ଉଭୟଙ୍କୁ ବୁଝାସୁଝା କରି ଛାଡ଼ିଦେଇ ଥିଲେ । ଜୁଲାଇ ୧୫ରେ ଜୟପୁର ଟାଉନ ଥାନାରେ ପୀଡ଼ିତା ନିଜ ତରଫରୁ ଏକ ଏଫଆଇଆର ଦେଇଥିଲେ ଏବଂ ନିଜ ଅଭିଭାବକଙ୍କ ସହ ଘରକୁ ଫେରି ଆସିଥିଲେ । ଜୟପୁର ପୁଲିସ କିନ୍ତୁ ଘଟଣାକୁ ଅତି ହାଲୁକା ଭାବେ ନେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ।
ଚେତିଲା ପ୍ରଶାସନ, ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀ ଡାକ୍ତରଖାନାକୁ ସ୍ଥାନାନ୍ତର
ନବରଙ୍ଗପୁରରେ ଯୁବତୀ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ଚେତିଲା ପ୍ରଶାସନ । ଘରେ ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଥିବା ଯୁବତୀଙ୍କୁ କଲା ମେଡିକାଲରେ ଭର୍ତ୍ତି । ଯୁବକଙ୍କ ନିର୍ଯାତନା ସହି ନପାରି କରିଥିଲେ ଆତ୍ମହତ୍ୟା ଉଦ୍ୟମ ।
/kanak/media/media_files/2025/07/23/nab-student-2025-07-23-12-47-20.jpg)