କନକ ବ୍ୟୁରୋ : କଟକ, ଭୁବନେଶ୍ୱରରେ ଅପରାଧୀଙ୍କୁ ଆଉ ନିସ୍ତାର ନାହିଁ ଓ ଗୋଡ଼ାଇ ଗୋଡ଼ାଇ ବାନ୍ଧିବା ସହ ସାବାଡ଼ କରିବାକୁ ପୁଲିସ କମିଶନର କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଓ ଚୋରି, ରାହାଜାନି, ଲୁଟ୍, ନିଶା ଓ ଅସ୍ତ୍ରଶସ୍ତ୍ର କାରବାର ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ହେବ ଓ ଡିସିପିଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଟିମ୍ ଏସବୁ ଉପରେ ନଜର ରଖିବା ସହ ଜେଲ୍ ଫେରନ୍ତା ଦାଗୀଙ୍କ ଇତିହାସ ବି ଦେଖିବ ଓ ଜେଲ ଫେରନ୍ତା ପ୍ରତିମାସରେ ଥାନାରେ ହାଜର ପାଇଁ ନୋଟିସ ଓ ଅଭ୍ୟାସଗତ ଅପରାଧୀଙ୍କୁ ଟ୍ୱିନସିଟିରୁ ତଡ଼ିପାର କରାଯିବ ।
ମହିଳାଙ୍କ ବେକରୁ ଚେନ୍ ଝାମ୍ପି ଜୀବନ ନେଇଗଲେ । ଭୁବନେଶ୍ୱରର ଦୁଇଟି ସ୍ଥାନରେ ସାଇବର ଠକ ସିମ୍ ବକ୍ସ ଓ ଡିଜିଟାଲ ଡିଭାଇସ ବସାଇ କୋଟିକୋଟି ଲୁଟିନେଲେ । ବିବାହ ମଣ୍ଡପରୁ ମାରାଥନ ଚୋରି ହେଲା । ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଚୋରି କରି ପୁଲିସକୁ ଚ୍ୟାଲେଞ୍ଜ ଦେଲେ । ସବୁ ଘଟଣାରେ ଆନ୍ତଃରାଜ୍ୟ ଅପରାଧୀଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଲା । ବାହାର ରାଜ୍ୟକୁ ଯାଇ ଅପରାଧୀଙ୍କୁ ଧରିଲା ପୁଲିସ । ଆନ୍ତଃରାଜ୍ୟ ଅପରାଧୀଙ୍କୁ ୨ଟି ଏନକାଉଣ୍ଟର ହେଲା। ଏନେଇ ପୁଲିସ କମିଶନରଙ୍କ ଚେତାବନୀ ହାର୍ଡକୋର ଅପରାଧୀଙ୍କ ଛାତିରେ ଛନକା ପରାଇ ଦେଇଛି ।
ଆନ୍ତଃରାଜ୍ୟ ପେସାଦାର ଅପରାଧୀଙ୍କୁ ଗିରଫ ପରେ ସେମାନଙ୍କ ସମ୍ପତ୍ତି ବ୍ୟାଜପ୍ତି ନେଇ ମଧ୍ୟ ତ୍ୱରିତ ଯୋଜନା ପ୍ରସ୍ତୁତ କରିଛି କମିଶନରେଟ ପୁଲିସ ।