କନକ ବ୍ୟୁରୋ : ଦାମୀ କାରରେ ଆସୁଥିଲେ । ଛେଳି ଚୋରି କରି ଚମ୍ପଟ ମାରୁଥିଲେ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରୁ କିଛି ଦିନ ହେଲା ଛେଳି ଗୋଠରୁ ଛେଳି ଚୋରି ହେଉଥିବା ଖଲ୍ଲିକୋଟ ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ୍ ଘଟଣାର ତଦନ୍ତ କରି ଦାମୀ କାର ସହ ୩ଟି ଛେଳି ଜବତ କରିଛି । ୩ ଜଣଙ୍କୁ ଗିରଫ କରିଛି । ଖଲ୍ଲିକୋଟ ପୁଲିସ୍ ସିସିଟିଭି ଆଧାରରେ ତଦନ୍ତ କରି ଚେଳି ଚୋରଙ୍କୁ ଧରିବାରେ ସକ୍ଷମ ହୋଇଛି । ବେଗୁନିଆ ପଡା ଥାନା ଅଞ୍ଚଳର ଜଣେ ଓ ଖଲ୍ଲିକୋଟ ଥାନା ଅଞ୍ଚଳର ଦୁଇ ଜଣ ଏହି ଛେଳି ଚୋରିରେ ସଂପୃକ୍ତ ଥିବା ଜଣାପଡ଼ିଥିଲା । ୩ଜଣକୁ ପୁଲିସ୍ ଗିରଫ କରିଥିବା ବେଳେ ସେମାନଙ୍କୁ ଠାରୁ ଚୋରି ହୋଇଥିବା ୩ଟି ଛେଳି ଓ ସ୍ଵିଫ୍ଟ ଡିଜାୟାର ଗାଡ଼ି ଜବତ କରିଛି ।
ଦାମୀ କାରରେ ଆସି ଛେଳି ଚୋରି କରୁଥିଲେ ଦୁର୍ବୃତ୍ତ : ସିସିଟିଭି ଫୁଟେଜ ଆଧାରରେ ଚାଲିଛି ତଦନ୍ତ
ଦାମୀ କାରରେ ଆସୁଥିଲେ । ଛେଳି ଚୋରି କରି ଚମ୍ପଟ ମାରୁଥିଲେ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରୁ କିଛି ଦିନ ହେଲା ଛେଳି ଗୋଠରୁ ଛେଳି ଚୋରି ହେଉଥିବା ଖଲ୍ଲିକୋଟ ଥାନାରେ ଅଭିଯୋଗ ହୋଇଥିଲା ।
/kanak/media/media_files/2025/09/19/23-2025-09-19-10-42-50.jpg)