କନକ ବ୍ୟୁରୋ :  ଅସୁରକ୍ଷିତ ପାଲଟିଛି ରାଜଧାନୀ ଭୁବନେଶ୍ବର । ୧୨ ଘଣ୍ଟାରେ ଦୁଇ ଦୁଇଟି ହତ୍ୟାକାଣ୍ଡ , ପୁଲିସକୁ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ । ଭୁବନେଶ୍ୱର ଏମ୍ସ କର୍ମଚାରୀ ସୁଧାଂଶୁ ଖୁଣ୍ଟିଆଙ୍କୁ ଗୁଳି କରି ହତ୍ୟା ପରେ ତାଙ୍କ ଦାଦାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ସୁଧାଂଶୁଙ୍କ ଦାଦା ଜ୍ଞାନ ରଞ୍ଜନ ଖୁଣ୍ଟିଆଙ୍କୁ ହାଣିଛନ୍ତି ସମ୍ପର୍କୀୟ ଦାଦା । ସୁକାନ୍ତ ପ୍ରଧାନ ଓରଫ ଭାଲୁ ଓ ତାଙ୍କ ପୁଅ ଛବି ପ୍ରଧାନ ହାଣିବା ସହ ଜ୍ଞାନଙ୍କ ବାପାଙ୍କୁ ଘର ଭିତରେ ଅଟକ ରଖିଥିଲେ I ତେବେ ହତ୍ୟାକାଣ୍ଡ ପରେ ପୁଣି ଥରେ ଜ୍ଞାନଙ୍କୁ ଆକ୍ରମଣ ଅଭିଯୋଗରେ ଭାଲୁ ଓ ଛବିକୁ ଉଠାଇ ନେଇଛି ପୁଲିସ । ଆଜି ସକାଳେ ସୁଧାଂଶୁ ଖୁଣ୍ଟିଆଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ସକାଳ ପ୍ରାୟ ୯ଟା ସମୟରେ ଏମ୍ସ ଯାଉଥିବାବେଳେ ସରକନ୍ତରା ନିକଟରେ ତାଙ୍କୁ ଗୁଳି କରାଯାଇଥିଲା ।

Advertisment

ସେହିପରି ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଷ୍ଟୋନ୍ ମ୍ୟାନ୍ ଆତଙ୍କ । ଅଜଣା ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି । ଯୁବକଙ୍କ ପରିଚୟ ମିଳିନଥିବା ବେଳେ ପୁଲିସ ଘଟଣାସ୍ଥାଳରେ ପହଞ୍ଚି ଛାନଭିନ୍ ଚଳାଇଛି । ଏପଟେ ରେଳ ଷ୍ଟେସନରେ ରାଷ୍ଟ୍ରପତି ସମ୍ମାନପ୍ରାପ୍ତ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ୬ ନଂ ପ୍ଲାଟଫର୍ମ ବାହାରେ ଶିକ୍ଷକ ଦ୍ବିତୀ ଚନ୍ଦ୍ର ସାହୁଙ୍କୁ କାଠ ଫଳିଆରେ ଆକ୍ରମଣ କରି ମୋବାଇଲ୍ ଛଡ଼ାଇ ନେଇଛନ୍ତି ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ଶିକ୍ଷକ ଜଣଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାର ତଦନ୍ତ ଚଳାଇଛି ।