ପୂଜା ପୂର୍ବରୁ ରାଜଧାନୀରେ ମାତିଲେଣି ଅପରାଧୀ : ପୂର୍ବ ଶତ୍ରୁତା ସନ୍ଦେହ, ପୁଲିସର ଛାନଭିନ୍

ପୂଜା ପୂର୍ବରୁ ରାଜଧାନୀରେ ଆତଙ୍କରାଜ୍ । ଭୁବନେଶ୍ବର ଗୌତମନଗର ବସ୍ତି ଏବଂ ଅଶୋକ ନଗର ଫାଳିକିଆ ବସ୍ତିରେ ହୋଇଛି ବୋମାମାଡ଼ ।

37

Photograph: (KANAKNEWS)

କନକ ବ୍ୟୁରୋ : ପୂଜା ପୂର୍ବରୁ ରାଜଧାନୀରେ ଆତଙ୍କରାଜ୍ । ଭୁବନେଶ୍ବର ଗୌତମନଗର ବସ୍ତି ଏବଂ ଅଶୋକ ନଗର ଫାଳିକିଆ ବସ୍ତିରେ ହୋଇଛି ବୋମାମାଡ଼ ।  ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ପୁଲିସ ପାଇଁ ସୃଷ୍ଟି ହୋଇଛି ବଡ଼ ଚ୍ୟାଲେଞ୍ଜ। 

ରାଜଧାନୀ ଭୁବନେଶ୍ବରରେ ବିଳମ୍ୱିତ ରାତିରେ ସିରିଜ ବୋମାମାଡ଼। ଗୌତମନଗର ବସ୍ତି ଏବଂ ଅଶୋକ ନଗର ଫାଳିକିଆ ବସ୍ତିରେ ୮ଟି ବୋମାମାଡ଼ ହୋଇଛି। କେହି ମୃତାହତ ହୋଇନଥିଲେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି ।  ଘଟଣାସ୍ଥଳରୁ ଜବତ ହୋଇଛି ୪ରୁ ଅଧିକ ଅଫୁଟା ବୋମା। ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି । 
ସୂଚନା ଅନୁସାରେ,  ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ୬ଜଣ ଦୁର୍ବୃତ୍ତ ଦୁଇଟି ବାଇକ୍‌ରେ ଆସି ଚକ୍କର କାଟିଥିଲେ ।  ସୁଯୋଗ ପାଇ ଅତର୍କିତ ଭାବେ ପ୍ରଥମେ ଗୌତମ ନଗର ବସ୍ତିରେ ୫ଟି ଓ ପରେ ଫାଳିକିଆ ବସ୍ତିରେ ୩ଟି ବୋମାମାଡ଼ କରିଥିଲେ ।  ଘନଘନ ବୋମାମାଡ଼ ଯୋଗୁଁ ପ୍ରଚଣ୍ଡ ଶବ୍ଦ ହୋଇଥିଲା ।  ସ୍ଥାନୀୟ ଲୋକେ ଯିଏ ଯୁଆଡ଼େ ପାରିଲେ ଦୌଡ଼ି ପଳାଇଥିଲେ ।  ଦୁର୍ବୃତ୍ତମାନେ ଫେରାର ଥିବା ବେଳେ ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ୍‌ ଘଟଣାର ଛାନଭିନ୍ ଚଳାଇଛି । 
ପାର୍ବଣ ପୂର୍ବରୁ ଅପରାଧୀଙ୍କ ଦୌରାତ୍ମ୍ୟ ପୁଲିସ ନିଦ ହଜାଇଦେଇଛି ।  ଏଠି ପ୍ରଶ୍ନ ଉଠୁଛି, ବୋମାମାଡ଼ କଲା କିଏ? ବୋମାମାଡ଼ର କାରଣ କଣ? କେବେ ଅପରାଧୀଙ୍କୁ ଧରିବ ପୁଲିସ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe