ଦିଲ୍ଲୀରେ ମାତିଛନ୍ତି ଅପରାଧୀ । ୨ ଦିନରେ ୩ଟି ସ୍ଥାନରେ ଆଖିବୁଜା ଗୁଳିମାଡ, ଆଇନଶୃଙ୍ଖଳା ପରିସ୍ଥିତି ନେଇ ଉଠିଲା ପ୍ରଶ୍ନ

କାର ସୋରୁମରେ ଫାୟାରିଂ ପରେ ଆଉ ଦୁଇଟି ସ୍ଥାନରେ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ । ଦ୍ବିତୀୟ ଗୁଳିକାଣ୍ଡ ଘଟିଛି ଦିଲ୍ଲୀର ମହିପାଲପୁର ଅଞ୍ଚଳରେ । ଏଠାରେ ଏକ ହୋଟେଲ ଉପରେ ଆଖିବୁଜା ଗୁଳିମାଡ଼ ହୋଇଛି । ବାଇକରେ ଆସି ଗୁଳିମାଡ଼ କରିଥିଲେ ଦୁର୍ବତ୍ତ । ସେହିପରି ପଶ୍ଚିମ ଦିଲ୍ଲୀର ନାଗଲ୍ଲୋଇରେ ତୃତୀୟ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି ।

dfgsdfg

କନକ ବ୍ୟୁରୋ : ରାଜଧାନୀର ଛାତି ଉପରେ ଛାତି ଥରା ଦୃଶ୍ୟ । ଧାଇଁ ଧାଇଁ ଫୁଟୁଛି ଗୁଳି । କାର ସୋ ରୁମରେ ପଶି ୨୦ ରାଉଣ୍ଡ ଫାୟାରିଂ । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଥରହର ଦିଇ୍ଲୀ । କାର ସୋରୁମର ସିସିଟିଭିରେ କଏଦ ହୋଛି ଗ୍ୟାଙ୍ଗଷ୍ଟରଙ୍କ ଦବଙ୍ଗଗିରି । ଶନିବାର ରାତିରେ ୩ ଜଣ ଦୁର୍ବୃତ୍ତ ନାରାୟଣା ରୋଡରେ ଥିବା ଏକ କାର ସୋରୁମରେ ପଶି ଆଖିବୁଜା ଗୁଳିମାଡ଼ କରିଛନ୍ତି । ୫ କୋଟି ଟଙ୍କା ଦାଦାବଟି ନଦେବାରୁ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି । ଘଟଣା ପଛରେ ‘ଭାଉ ଗ୍ୟାଙ୍ଗ’ର ହାତ ଥିବା କହିଛି ପୋଲିସ । 

କାର ସୋରୁମରେ ଫାୟାରିଂ ପରେ ଆଉ ଦୁଇଟି ସ୍ଥାନରେ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ । ଦ୍ବିତୀୟ ଗୁଳିକାଣ୍ଡ ଘଟିଛି ଦିଲ୍ଲୀର ମହିପାଲପୁର ଅଞ୍ଚଳରେ । ଏଠାରେ ଏକ ହୋଟେଲ ଉପରେ ଆଖିବୁଜା ଗୁଳିମାଡ଼ ହୋଇଛି । ବାଇକରେ ଆସି ଗୁଳିମାଡ଼ କରିଥିଲେ ଦୁର୍ବତ୍ତ । ସେହିପରି ପଶ୍ଚିମ ଦିଲ୍ଲୀର ନାଗଲ୍ଲୋଇରେ ତୃତୀୟ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଏକ ମିଠା ଦୋକାନକୁ ଟାର୍ଗେଟ କରି ଫାୟାରିଂ କରିଛନ୍ତି ଦୁର୍ବତ୍ତ । ଏହି ୩ଟି ଘଟଣା ଦିଲ୍ଲୀରେ ବିପର୍ୟ୍ୟସ୍ତ ଆଇନଶୃଙ୍ଖଳାର ପୋଲ ଖୋଲି ଦେଇଛି । ପୋଲିସକୁ ଆଉ ଡରୁ ନାହାନ୍ତି ଅବରାଧୀ । ଜନଗହଳିପୂର୍ଣ୍ଣ ସ୍ଥାନରେ ଗୁଳି ଫୁଟାଇ ପୋଲିସକୁ ଦେଉଛନ୍ତି ଖୋଲା ଚାଲେଞ୍ଜ । ତେବେ ଏହି ୩ଟି ମାମଲାରେ ଗ୍ୟାଙ୍ଗଷ୍ଟାରଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି । ‘ଭାଉ ଗ୍ୟାଙ୍ଗ’, କାନାଡାରେ ଗୋଲଡି ବ୍ରାଡ୍‌ ଏବଂ ଗ୍ୟାଙ୍ଗଷ୍ଟାର ଦୀପକ ବକ୍ସର ଗ୍ୟାଙ୍ଗର ସମ୍ପୃକ୍ତି ଥିବା ସନ୍ଦେହ କରିଛି ପୋଲିସ । ଏହାସହ ଅପରାଧୀଙ୍କୁ ଧରିବାକୁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe