କନକବ୍ୟୁରୋ : ଦେଶର ରାଜଧାନୀ ଦିଲ୍ଲୀରେ ପୋଲିସକୁ ଡରୁନାହାନ୍ତି ଅପରାଧୀ। ଗ୍ୟାଙ୍ଗଷ୍ଟାରଙ୍କ କବଜ୍ଜାରେ ଦିଲ୍ଲୀ । ୨୪ଘଂଟାରେ ୩ଟି ଗୁଳିକାଣ୍ଡର ଘଟଣା ଦେଖିବାକୁ ମିଳିଛି ଆଉ ଦେଶର ରାଜଧାନୀ କେତେ ସୁରକ୍ଷିତ ଏହି ସବୁ ଘଟଣାରୁ ପ୍ରଶ୍ନ ଉଠୁଛି । ଦୁବୁର୍ତ୍ତମାନେ ପୋଲିକୁ ଦେଇଛନ୍ତି ଚ୍ୟାଂଲେଜ । ଏ ଅପରାଧ ପଛରେ କାହାରେ ହାତ ? ଦୁବୁର୍ତ୍ତଙ୍କ ଟାର୍ଗେଟରେ ବ୍ୟବସାୟୀ ,ମାଗୁଛନ୍ତି ଦାବାବଟି ଆଉ ଟଙ୍କା ନଦେଲେ ଗୁଳି ମରାଯାଉଛି ।

Advertisment

ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ ଏହି ଅପରାଧ ପଛରେ ରହିଛି ‘ଭାଉ ଗ୍ୟାଙ୍ଗ’ । ପତୁର୍ଗାଲ ରେ ରହି ହିମାଂଶୁ ଚଲେଇଛି ଅପରାଧ ବଡ ନେଟୱାର୍କ । କାର ଶୋରୁମ ରେ ଫାୟାରିଙ୍ଗ । ୨୦ରାଉଣ୍ଡ ଫାୟାରିଙ୍ଗ କଲେ ଦୁବୁର୍ତ୍ତ । ୫କୋଟି ଟଙ୍କା ମାଗିଥିଲେ ନ ଦେବାରୁ ଫାୟାରିଙ୍ଗ କଲେ ଦୁବୁର୍ତ୍ ,

ଘଟଣାଟି ଘଟିଛି ନାରାୟଣା ରୋଡରେ ଏବଂ ପୋଲିସ ଥାନାରୁ କିଛି ମାତ୍ର ଦୂରତାରେ ଏହି ସୋରୁମ । ପୋଲିସ କହିଛି ଘଟଣାରେ ଗ୍ୟାଙ୍ଗଷ୍ଟାରଙ୍କ ସମ୍ପୃକ୍ତି ରହିଛି । ସୋରୁମ ପରେ ଦୁବୁର୍ତ୍ତ ମାନେ ଟାର୍ଗେଟ କରିଥିଲେ ହୋଟେଲେ କୁ ଯାହା ଦକ୍ଷିଣ ଦିଲ୍ଲୀର ମହିପାଲପୁର ରେ ରହିଛି । 

ବାଇକରେ ଆସି ହୋଟେଲ ସମ୍ମୁଖରେ ଅତିର୍କିତ ଫାୟାରିଙ୍ଗ କରାଯାଇଥିଲା , ଜନଗହଳିପୂର୍ଣ୍ଣ ରାସ୍ତାରେ ନିର୍ଭିକ ଭାବେ ୬ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଥିଲା ଦୁବୁର୍ତ୍ତ ।ଆଉ ଏହି ଗୁଳିକାଣ୍ଡ ପଛରେ କାନାଡାରେ ରହୁଥିବା ଗୋଲଡି ବ୍ରାର ର ହାତ ଥିବା କୁହାଯାଉଛି । ଏବେ ନଜର ପକାନ୍ତୁ ତୃତୀୟ ଗୁଳିକାଣ୍ଡ  ଉପରେ ,ପଶ୍ଚିମ ଦିଲ୍ଳୀର ନାଗଲ୍ଲୋଇ ରେ ଥିବା ମିଠା ଦୋକାନ ଉପରେ ଗୁଳିକାଣ୍ଡ । ପୋଲିସ କହିଛି ଏହି ଗୁଳିକାଣ୍ଡ ପଛରେ ଗ୍ୟାଙ୍ଗଷ୍ଟାର ଦୀପକ ବକ୍ସର ର ହାତ ରହିଛି ।