କନକ ବ୍ୟୁରୋ ; ଭରତପୁର ଥାନାରେ ମେଜରଙ୍କ ବାନ୍ଧବୀ ସହ ହୋଇଥିବା ନିର୍ଯାତନା ମାମଲାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ବିଚାର ବିଭାଗୀୟ ତଦନ୍ତ ଦାବି କରିଥିବା ବେଳେ କିଛି ଜଣ ସମାଜସେବୀ ଆଜି କମିଶନରେଟ ପୋଲିସ ଅଫିସ ଆଗରେ ଧାରଣା ଦେଇଛନ୍ତି । ସେମାନେ ଏହି ମାମଲାରେ ସଂପୃକ୍ତ ସମସ୍ତ ପୋଲିସ କର୍ମଚାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି । ସେପଟେ  ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସହ ନିଲମ୍ବିତ ହୋଇଥିବା ଅନ୍ୟ ପୋଲିସ କର୍ମଚାରୀଙ୍କ ବିରୋଧରେ ରୁଜୁ ହେଲା ଅପରାଧିକ ମାମଲା। ୫ ଜଣଙ୍କ ବିରୋଧରେ ମାମଲା ରୁଜୁ କଲା କ୍ରାଇମବ୍ରାଞ୍ଚ୍ । ଯୌନ ନିର୍ୟାତନା ଭଳି ସଙ୍ଗୀନ ଦଫାରେ ହେଲା ମାମଲା ରୁଜୁ । ମେଜର ଗୁରୁବଂଶ ସିଂ ଙ୍କ ଲିଖିତ ଏତଲା ଆଧାରରେ କ୍ରାଇମବ୍ରାଞ୍ଚ୍ ରୁଜୁ କଲା ମାମଲା। କେସ ନମ୍ୱର୍ ୧୧/୨୦୨୪ ରେ ରୁଜୁ ହେଲା ମାମଲା । ଅପରାଧୀ ଭଳି ଜେରା ହେଲେ ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ର ଆଣ୍ଡ କୋ। ସେନା- ପୋଲିସ କଳିରେ ଏବେ ବଡ଼ କାର୍ୟ୍ୟାନୁଷ୍ଠାନ ନେଇଛି କ୍ରାଇମବ୍ରାଞ୍ଚ।