କନକ ବ୍ୟୁରୋ:  ଜୁନ୍‌ ୨୬ରେ ହେବାକୁ ଯାଉଛି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏନେଇ ଚଳଚଞ୍ଚଳ  ରଥଖଳା ।  ରଥ ନିର୍ମାଣରେ ଲାଗିଛନ୍ତି  ମହାରଣା । ରଥଯାତ୍ରା ପାଇଁ ପୁରୀ ପ୍ରଶାସନ ମଧ୍ୟ ସଜାଗ ହେଉଛି । କେମିତି ସୁରୁଖୁରୁରେ ରଥଯାତ୍ରା ଆରମ୍ଭ ହେବ ଏବଂ ଶାନ୍ତି ଶୃଙ୍ଖଳାର ସହ ଭକ୍ତ  ରଥ ଯାତ୍ରାରେ ସାମିଲ ହେବ ସେନେଇ ପ୍ରସ୍ତୁତିରେ ଲାଗିପଡିଛି ପ୍ରଶାସନ ।

Advertisment

ରଥଯାତ୍ରାରେ କିଛି କଡା ନିୟମ କାର୍ଯ୍ୟକାରୀ କରାଯିବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ । ରଥକୁ ମୋବାଇଲ ନେଲେ ଫୌଜଦାରୀ ମାମଲା ରୁଜୁ ହେବ ବୋଲି କୁହାଯାଇଛି । ତେଣୁ ଏସନ ରଥ ଉପରକୁ ସେବାୟତ ନେଇପାରିବେନି ମୋବାଇଲ ଫୋନ୍‌ । ରଥ ଉପରକୁ ମୋବାଇଲ ନେଲେ ଫୌଜଦାରୀ ମାମଲା ହେବ  ।