କନକ ବ୍ୟୁରୋ: ଦେଶରେ ବଢୁଛି ଅପରାଧ ହାର । ତା’ଠୁ ଅଧିକ ବଢୁଛି ରାଜ୍ୟରେ ଅପରାଧ । ଦିନକୁ ହେଉଛି ୭୬ ହତ୍ୟା । ଅପରାଧପ୍ରବଣ ଶୀର୍ଷ ୧୦ ରାଜ୍ୟ ମଧ୍ୟରେ ରହିଛି ଓଡ଼ିଶା  । ଜାତୀୟ କ୍ରାଇମ ବ୍ୟୁରୋ ରେକର୍ଡ, ଏନସିଆରବିରେ ଏହି ତଥ୍ୟ ସାମ୍ନାକୁ ଆସିଛି । ସବୁଠାରୁ ଉଦବେଗଜନକ କଥା ହେଲା ଛାତ୍ରଙ୍କ ମଧ୍ୟରେ ବଢୁଛି ଆତ୍ମହତ୍ୟା ।   ଏନସିଆରବି ୨୦୨୩ର ତଥ୍ୟ ଅନୁସାରେ,  ମୋଟ  ୧ ଲକ୍ଷ ୭୧ ହଜାର ଲୋକ ସେମାନଙ୍କ ଜୀବନ ହାରିଛନ୍ତି । ଏମାନଙ୍କ ମଧ୍ୟରେ ୧୩  ହଜାର ୮୯୨ ଛାତ୍ର ଆତ୍ମହତ୍ୟା କରିଛନ୍ତି ।  ସେହିଭଳି ବୟସ୍କଙ୍କ ଉପରେ ଅତ୍ୟାଚାର ବଢୁଥିବା ବେଳେ ସାଇବର ଅପରାଧ ମଧ୍ୟ ବଢ଼ିଚାଲିଛି । 

Advertisment

ଦେଶରେ ଅପରାଧର ହାର
ଦିନକୁ ହେଉଛି ୭୬ ହତ୍ୟା
୨୦୨୩ରେ ହୋଇଛି ୨୭, ୭୨୧  ହତ୍ୟା
୧୦ ରାଜ୍ୟ ମଧ୍ୟରେ ଓଡ଼ିଶା ଶୀର୍ଷରେ
ଏସସି ଏସଟିଙ୍କ ବିରୋଧରେ ବଢିଛି ୨୮% ଅପରାଧ
୩ ବର୍ଷରେ ୧୧୪୫ ବୟସ୍କଙ୍କ ଉପରେ ଅତ୍ୟାଚାର 
ଓଡ଼ିଶାରେ ପ୍ରତି ୯ ଲକ୍ଷ ୬୦ ହଜାର ଲୋକଙ୍କ ମଧ୍ୟରେ ଜଣେ ବୟସ୍କ ଅତ୍ୟାଚାରର ଶିକାର 
ଜାତୀୟସ୍ତରରେ ଏହି ହାର ୨୬ ଲକ୍ଷ ୯୦ ରହିଛି 
୨୦୨୩ରେ ଦେଶରେ ୨୭ ହଜାର ୮୮୬ ବୟସ୍କ ବ୍ୟକ୍ତି ଅତ୍ୟାଚାରର ଶିକାର ହୋଇଛନ୍ତି
ଜାତୀୟ ହାର ତୁଳନାରେ ଓଡ଼ିଶାରେ ବୟସ୍କଙ୍କ ଉପରେ ଅତ୍ୟାଚାର କମ୍
ଚୋରି, ଆର୍ଥିକ ଠକେଇ ଓ ଶାରୀରିକ ଆଘାତର ଅଧିକ ଶିକାର ହେଉଛନ୍ତି ବୟସ୍କ ଲୋକ 


୨୦୨୩ରେ ଓଡ଼ିଶାରେ ୧୬ ହଜାର ୮୬୯ଟି ସାଇବର ଠକେଇ ମାମଲା ରୁଜୁ 
୨୦୨୪ରେ ସାଇବର ଠକେଇ ମାମଲା ପୂର୍ବ ତୁଳନାରେ ୧୪୦% ବୃଦ୍ଧି
୨୦୨୪ରେ ୪୩ ହଜାରରୁ ଅଧିକ ମାମଲା ହୋଇଛି ରୁଜୁ 
ଦେଶରେ ମଧ୍ୟ ବଢିଛି ସାଇବର ଠକେଇ ମାମଲା
୨୦୨୨ରେ ଏହା ୪.୮% ଥିବାବେଳେ ୨୦୨୩ରେ ଏହା ୬.୨ ପ୍ରତିଶତକୁ ବୃଦ୍ଧି ପାଇଛି 
ସାଇବର ଠକେଇରେ ଅଧିକାଂଶ ଆର୍ଥିକ ଠକେଇ ଶିକାର ହେଉଛନ୍ତି ଲୋକ
ଯୌନ ଉତ୍ପୀଡନ ଓ ଦାଦାବଟି ମାମଲା ମଧ୍ୟ ବୃଦ୍ଧି ପାଇଛି