କନକ ବ୍ୟୁରୋ: ଅପରାଧ… ଏ ଶବ୍ଦ ଶୁଣିବା କ୍ଷଣି ମନରେ ଛନକା ପଶେ । ଭୟ ଲାଗେ । ହେଲେ ଗଞ୍ଜାମ ଜିଲ୍ଲାରେ ଏହା ନିତିଦିନିଆ ପାଲଟିଯାଇଛି । ହତ୍ୟା, ଚୋରୀ, ଗଣଦୁଷ୍କର୍ମ, ବୋମାମାଡ଼ ଓ ଗୁଳିମାଡ଼ ଘଟଣା କିଛି ନୂଆ ନୁହେଁ । କେତେବେଳେ କେଉଁଠି ଗୁଳି ଫୁଟିଲାଣି ତ ଆଉ କେଉଁଠି ବୋମା । ଗୋଟିଏ ଜିଲ୍ଲାରେ ଦୁଇଟି ପୁଲିସ ଜିଲ୍ଲା ଓ ଦୁଇ ଦୁଇ ଜଣ ଏସ୍‌ପି ଥାଇ ବି ଆଇନ୍‌ଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି । ଆଜି ବି ଜଣଙ୍କୁ ଗୁଳିମାଡ଼ ହୋଇଛି । ଗୋଟିଏ ବର୍ଷ ଅର୍ଥାତ୍‌ ୨୦୨୫ରେ ଜିଲ୍ଲାର ଆପରାଧିକ ତାଲିକା ବେଶ୍‌ ଲମ୍ବା ରହିଛି । ଆଉ ଅପରାଧିକ ମାମଲା ତାଲିକାରେ ଅନ୍ୟ ଜିଲ୍ଲାକୁ ପଛରେ ପକାଇ ଏକ ନମ୍ବରରେ ରହିଛି ଗଞ୍ଜାମ । 

Advertisment

ଏହା ବି ପଢ଼ନ୍ତୁ: ନୂଆ ପାଞ୍ଜିରେ ସାଙ୍ଘାତିକ ତଥ୍ୟ: ଭୂକମ୍ପ ସହ ବଡ଼ ଦୁର୍ଘଟଣାର ଆଭାସ

ପୁରୁଷୋତ୍ତମ ଥାନା ଅନ୍ତର୍ଗତ ସୁଣ୍ଡିବାଙ୍କ ଗାଁ ନିକଟରେ ଗୁଳିମାଡ଼ । ସୋମବାର ସକାଳ ପ୍ରାୟ ସାଢ଼େ ୮ଟାରେ ଅରଖପୁର ଗାଁର ସାଗର ବେହେରାଙ୍କୁ ଗୁଳିମାଡ଼ କରି ଫେରାର ଦୁର୍ବୃତ୍ତ । 
 

  • ଅପରାଧରେ ଏକ ନମ୍ବର ଗଞ୍ଜାମ
  • ଗଣଦୁଷ୍କର୍ମ, ହତ୍ୟାକାଣ୍ଡ, ବୋମାମାଡ଼ରେ ଅଲୋଡ଼ା ରେକର୍ଡ
  • ଦେଶରେ ଓଡ଼ିଶାକୁ ଲଜ୍ଜିତ କରିଥିଲା ଗୋପାଳପୁର ଗଣଦୁଷ୍କର୍ମ
  • ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ

୨୦୨୫ ମସିହାରେ ଅପରାଧ ତାଲିକାରେ ସବୁ ଜିଲ୍ଲାକୁ ପଛରେ ପକାଇ ଅଲୋଡ଼ା ରେକର୍ଡ ସୃଷ୍ଟି କରିଛି ଗଞ୍ଜାମ ଜିଲ୍ଲା । ଗୋଟିଏ ଜିଲ୍ଲାରେ ୨ଟି ପୁଲିସ ଜିଲ୍ଲା ଥାଇ ବି ଅପରାଧପ୍ରବଣତା ଖୁବ୍‌ ବଢ଼ିଯାଇଛି । ଆଇନଶୃଙ୍ଖଳା ସ୍ଥିତି ସଂପୂର୍ଣ୍ଣ ବିଗିଡ଼ି ଯାଇଛି । ଗଣଦୁଷ୍କର୍ମ, ହତ୍ୟାକାଣ୍ଡ, ଗୁଳିମାଡ଼, ବୋମାମାଡ଼କୁ ନେଇ ରାଜ୍ୟ ରାଜନୀତିରେ ବି ବେଶ ହଟଚମଟ ହୋଇଛି । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ, ଓ ଗୋପାଳପୁର ଗଣଦୁଷ୍କର୍ମ ମାମଲା ତ ଏଯାଏଁ ମନରୁ ଲିଭିନି । ଗଞ୍ଜାମରେ ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ନେଇ ବୀଭତ୍ସ ଚିତ୍ର ବି ସାମ୍ନାକୁ ଆସିଥିଲା ।

ଯଦିଓ ଅଭିଯୁକ୍ତକୁ ଧରୁଛି ପୁଲିସ, ତଥାପି ଅପରାଧ ଉପରମୁହାଁ । ସରକାରୀ ରିପୋର୍ଟରେ ଗଞ୍ଜାମର ଅପରାଧର ଲମ୍ବା ଚିଠା ସାମ୍ନାକୁ ଆସିଛି । ଗୋଟିଏ ବର୍ଷରେ ୯୭ ହତ୍ୟା, ୧୯୪ ଦୁଷ୍କର୍ମ ଘଟିଛି । ଚୋରି ମାମଲା ତ ୧୩୦୦ ପାର୍‌ କରିଛି । ୬୫ଟି ସ୍ଥାନରେ ସଂଘର୍ଷ ଘଟିଛି । ଗୋଟିଏ ଜିଲ୍ଲାରେ ଦୁଇ ଦୁଇ ଜଣ ଏସ୍‌ପି ଥାଇ କାହିଁକି ଅପରାଧ ବଢ଼ୁଛି? ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସରକାରୀ ତଥ୍ୟ ଅନୁସାରେ ଗଞ୍ଜାମ ପୁଲିସ ଜିଲ୍ଲାରେ ଗୋଟିଏ ବର୍ଷରେ ୧୮ ହଜାର ୮୯ ଆପରାଧିକ ମାମଲା ରୁଜୁ ହୋଇଛି ।
 

  • ଗଞ୍ଜାମ ପୁଲିସ ଜିଲ୍ଲାରେ କେତେ ମାମଲା ?
  • ହତ୍ୟା- ୬୯, ଦୁଷ୍କର୍ମ- ୧୧୩, ଡକାୟତି- ୬
  • ଛିନତାଇ- ୩୨, ସିନ୍ଧିଚୋରି- ୨୨୮, ଚୋରି- ୭୨୨
  • ଷଡ଼୍‌ଯନ୍ତ୍ର- ୨୩୪, ହିଂସାକାଣ୍ଡ- ୩୨, ଦୁର୍ଘଟଣା- ୬୨୦
  • ଅନ୍ୟାନ୍ୟ- ୧୬,୦୩୩, ମୋଟ - ୧୮,୦୮୯
  • ପିଟୁସି- ରାକେଶ ରୋଷନ ମହାନ୍ତି

୨୦୨୫ ମସିହାରେ ବ୍ରହ୍ମପୁର ପୁଲିସ ଜିଲ୍ଲାରେ ଘଟିଥିବା ଚର୍ଚ୍ଚିତ ଘଟଣା ରାଜ୍ୟ ରାଜନୀତିରେ ନିଆଁ ଲଗାଇଥିଲା । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ପୂରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଗୋପାଳପୁର ଗଣଦୁଷ୍କର୍ମ ମାମଲା ତ ରେଡ୍‌ ଫ୍ଲାଗ୍‌ ଘୋଷଣା ହୋଇଥିଲା । ବର୍ଷର ପ୍ରାୟ ସବୁ ଦିନ କେଉଁଠି ନା କେଉଁଠି କିଛି ନା କିଛି ଆପରାଧିକ କାର୍ଯ୍ୟକଳାପ ଘଟିଛି । ଯାହାର ସଂଖ୍ୟା ୬ ହଜାର ୮ଶହ ୭୦ । ବ୍ରହ୍ମପୁର ପୁଲିସ ଜିଲ୍ଲାରେ କେତେ ମାମଲା ?