କନକ ବ୍ୟୁରୋ : ରାଜଧାନୀରେ ଫୁଟିଲା ଗୁଳି। ମର୍ଣ୍ଣିଂଓ୍ୱାକ୍ରେ ଯାଇଥିବା ବ୍ୟବସାୟୀଙ୍କ ଉପରକୁ ହେଲା ଆଖିବୁଜା ଗୁଳିମାଡ଼। ଘଟଣାସ୍ଥଳ ହିଁ ଟଳି ପଡିଲେ ବ୍ୟବସାୟୀ। ଏଭଳି କିଛି ଘଟଣା ଘଟିଛି ଦିଲ୍ଲୀର ଶାହଦରା ଅଞ୍ଚଳରେ।ମୃତ ବ୍ୟବସାୟୀ ଜଣକ ହେଲେ ସୁନିଲ ଜୈନ୍। ସେ ଜଣେ ବାସନ ବ୍ୟବସାୟୀ । ସବୁଦିନ ଭଳି ଆଜି ମଧ୍ୟ ସେ ମର୍ଣ୍ଣିଂଓ୍ୱାକରେ ଯାଇଥିଲେ। ଏତିକି ବେଳେ ଦୁଇ ଜଣ ମୁଖା ପିନ୍ଧା ବ୍ୟକ୍ତି ଆସି ତାଙ୍କୁ ତାଙ୍କ ନାଁ ପଚାରିଥିଲେ। ଏହାପରେ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ପୁଲିସ ସୂଚନା ମୁତାବକ, ତାଙ୍କ ପେଟ ଆଉ ମୁଣ୍ଡରେ ଗୁଳି ବାଜିଛି। ଦୁର୍ବୃତ୍ତମାନେ ତାଙ୍କ ଉପରକୁ ୭ରୁ ୮ ରାଉଣ୍ଡ ଗୁଳିମାଡ଼ କରିଛନ୍ତି। ସେପଟେ ରାଜଧାନୀରେ ଆଇନ ଶୃଖଂଳା ପରିସ୍ଥିତି ବିଗିଡିଛି ।ପ୍ରତିଦିନ ହତ୍ୟା, ରାହାଜାନୀ,ଅପହରଣ ମାମଲା ବଢ଼ୁଛି ।ଏନେଇ କେନ୍ଦ୍ର ସରକାରଙ୍କୁ ସିଧାସଳଖ ଦାୟୀ କରିଛି ଆମ ଆଦମୀ ପାର୍ଟି ।କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀକୁ ସୁରକ୍ଷା ଦେବାକୁ ବିଫଳ ହୋଇଥିବା ଦଳ କହିଛି
ଦିଲ୍ଲୀରେ ଅପରାଧ ବଢିଛି, ରାଜନୀତି ତେଜୁଛି । ୭ ଦିନରେ ୮ଟି ବଡ଼ଧରଣର ହତ୍ୟା ସହ ରାହାଜାନୀ, ଅପହରଣ ମାମଲା
ବୁଦିନ ଭଳି ଆଜି ମଧ୍ୟ ସେ ମର୍ଣ୍ଣିଂଓ୍ୱାକରେ ଯାଇଥିଲେ। ଏତିକି ବେଳେ ଦୁଇ ଜଣ ମୁଖା ପିନ୍ଧା ବ୍ୟକ୍ତି ଆସି ତାଙ୍କୁ ତାଙ୍କ ନାଁ ପଚାରିଥିଲେ। ଏହାପରେ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି ।
/kanak/media/media_files/2024/12/07/OlenYQAGYdtqJolxKtpZ.jpg)