ମହିଳା କନେଷ୍ଟବଳ ହତ୍ୟା ଘଟଣାରେ କ୍ରାଇମସିନ୍‌ ରିକ୍ରିଏସନ୍ : ମୃତଦେହ ପୋତା ହୋଇଥିବା ସ୍ଥାନକୁ ଅଭିଯୁକ୍ତକୁ ନେଲା ପୁଲିସ

ଶୁଭମିତ୍ରାଙ୍କ ମୃତଦେହ ପୋତା ଯାଇଥିବା ସ୍ଥାନକୁ ଅଭିଯୁକ୍ତ ଦୀପକ ରାଉତକୁ ନେଇଛି ପୁଲିସ । ସେଠାରେ ମାଟି ଖୋଳି ମୃତ ଶୁଭମିତ୍ରାଙ୍କ ମୃତଦେହ ଉଦ୍ଧାର କରାଯିବ। ଗିରଫ ଅଭିଯୁକ୍ତ ଦୀପକ ରାଉତକୁ ଭୁବନେଶ୍ବରରୁ କେନ୍ଦୁଝର ନିଆଯାଇଛି ।

Deepak

Deepak Photograph: (KanakNews)

କନକ ବ୍ୟୁରୋ : ମହିଳା ଟ୍ରାଫିକ କନେଷ୍ଟବଳ ହତ୍ୟା ମାମଲାରେ କ୍ରାଇମ୍‌ସିନ୍ ରିକ୍ରିଏସନ୍ । ଶୁଭମିତ୍ରାଙ୍କ ମୃତଦେହ ପୋତା ଯାଇଥିବା ସ୍ଥାନକୁ ଅଭିଯୁକ୍ତ ଦୀପକ ରାଉତକୁ ନେଇଛି ପୁଲିସ । ସେଠାରେ ମାଟି ଖୋଳି ମୃତ ଶୁଭମିତ୍ରାଙ୍କ ମୃତଦେହ ଉଦ୍ଧାର କରାଯିବ । ଗିରଫ ଅଭିଯୁକ୍ତ ଦୀପକ ରାଉତକୁ ଭୁବନେଶ୍ବରରୁ କେନ୍ଦୁଝର ନିଆଯାଇଛି । ପ୍ରଥମେ ଘଟଗାଁ ଥାନାକୁ ନିଆଯିବା ପରେ କ୍ରାଇମ୍‌ସ୍ପଟ୍‌କୁ ନେଇଛି ପୁଲିସ । ଗତ ୬ ତାରିଖରୁ ମହିଳା କନେଷ୍ଟବଳ ନିଖୋଜ ଥିବା ନେଇ ଅଭିଯୋଗ ହୋଇଥିଲା । ପୁଲିସ ମାମଲାକୁ ଗୁରୁତର ସହ ଗ୍ରହଣ କରି ତଦନ୍ତ ସମୟରେ କଲ୍ ଡିଟେଲ୍ସରୁ ଅଭିଯୁକ୍ତ ପ୍ରେମିକ କନେଷ୍ଟବଳଙ୍କ ବାବଦରେ ଜାଣିବାକୁ ପାଇଥିଲା । ତାଙ୍କୁ ମାରାଥନ ଜେରା କରିବା ପରେ ସେ ପୁଲିସ ଆଗରେ ସବୁ ସତ ମାନିଯାଇଥିବା କୁହାଯାଉଛି । ଶୁଭମିତ୍ରାଙ୍କୁ ହତ୍ୟା କରି କେନ୍ଦୁଝର ଘଟଗାଁରେ ମାଟି ତଳେ ପୋତିଦେଇଥିବା ନେଇ ପୁଲିସ ଆଗରେ ସ୍ବୀକାର କରିଛି ଅଭିଯୁକ୍ତ ଦୀପକ ରାଉତ । ଭୁବନେଶ୍ବରରେ ଏକ କାର୍ ଭିତରେ ପ୍ରଥମେ ତଣ୍ଟି ଚିପି ହତ୍ୟା କଲା । ଆଉ ତା’ପରେ କାର୍ ଯୋଗେ ମୃତଦେହକୁ କେନ୍ଦୁଝର ନେଇଯାଇଥିଲା । ମୃତଦେହ ପାଇଁ ବ୍ୟବହାର ହୋଇଥିବା କାରକୁ ଜବତ କରି ତଦନ୍ତ ଆରମ୍ଭ କରିଛି କ୍ୟାପିଟାଲ ଥାନା ପୁଲିସ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe