ପୁଲିସ ସାମ୍ନାରେ କ’ଣ କହିବେ ଅଭିଯୁକ୍ତ?  ଖୁଆଡ଼ରେ ଉଗାରିବେ କି ସବୁ ସତ?

ରିମାଣ୍ଡରେ ଅଛନ୍ତି ୬ ଅଭିଯୁକ୍ତ । କି ତଥ୍ୟ ଉଗାରିବେ ତା ଉପରେ ନଜର

pitabas panda murder case

pitabas panda murder case Photograph: (KanakNews)

କନକ ବ୍ୟୁରୋ: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକୁ ରାତି ପାହିଲେ ମାସେ ପୂରିବ। ଆଉ ଏହାର ଦିନକ ପୂର୍ବରୁ ସୁପାରି କିଲର କୁରୁପତି ଭୂୟାଁ ଓ ସୁପାରି ଡିଲର ଉମା ବିଷୋୟୀକୁ ବାନ୍ଧିଛି ପୁଲିସ । ଉଭୟଙ୍କ ତଣ୍ଟିରୁ ହତ୍ୟା ଷଡଯନ୍ତ୍ର କଣ୍ଟା କାଢ଼ିବାକୁ ରିମାଣ୍ଡରେ ବି ନିଆଯାଇଛି । ହତ୍ୟାକାଣ୍ଡ ସମୟରେ ବାଇକ ଚଳାଉଥିବା ଚିଣ୍ଟୁ ପ୍ରଧାନ, ସୁଟର ଯୋଗାଡ଼ କରିଥିବା ଯୋଗୀ ରାଉତ ସହ ସୁପାରି ଟଙ୍କା ଦେଇଥିବା ମଦନ ଦଳେଇ ଓ କର୍ପୋରେଟର ମଳୟ ବିଷୋୟୀଙ୍କୁ ପୁଲିସ ୨ ଦିନିଆ ରିମାଣ୍ଡରେ ନେଇଛି । 
    

ବିକ୍ରମ ଓ ପିଣ୍ଟୁଙ୍କ ଦୁଇ ଆଖି ସାଜିଥିଲେ ମଦନ, ମଳୟ । କୁହାଯାଉଛି, ଇଞ୍ଜିନିୟରିଂ ସ୍କୁଲ ପଡ଼ିଆରେ ହତ୍ୟାକାଣ୍ଡର ବ୍ଲ୍ୟୁ ପ୍ରିଣ୍ଟ ଆଙ୍କିଥିଲେ ଅଭିଯୁକ୍ତ । ସହରରେ ଛାପା ମାରି ୬ ଅଭିଯୁକ୍ତ ଶିଖିଥିଲେ କେମିତି ମାରିବେ ଛୁ’। ହତ୍ୟାକାଣ୍ଡର ମାସ ପୂରାଣି ପୂର୍ବରୁ ସୁଟର ଧରାପଡ଼ିଥିବାରୁ ଆଉ କିଏ ଏଥିରେ ସାମିଲ? ତାହା ଏବେ ବଡ଼ ପ୍ରଶ୍ନ । 
 

ବିହାରୀ ସୁଟର ଓ ଦୁଇ ବଡ଼ ନେତା ରହିଗଲେ ଜେଲ୍‌ରେ। ପ୍ଲାନ-ବିକୁ ସଫଳ କରିଥିବା ଅଭିଯୁକ୍ତମାନେ ଏବେ ରିମାଣ୍ଡରେ । ପୁଲିସର ପ୍ରଶ୍ନ ଓ ଅଭିଯୁକ୍ତଙ୍କ ପ୍ରମାଣ ଭିତରେ ପୀତବାସଙ୍କ ପରିବାରକୁ କେବେ ନ୍ୟାୟ ମିଳୁଛି, ଦେଖିବାର କଥା ।      

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe