କନକ ବ୍ୟୁରୋ: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକୁ ରାତି ପାହିଲେ ମାସେ ପୂରିବ। ଆଉ ଏହାର ଦିନକ ପୂର୍ବରୁ ସୁପାରି କିଲର କୁରୁପତି ଭୂୟାଁ ଓ ସୁପାରି ଡିଲର ଉମା ବିଷୋୟୀକୁ ବାନ୍ଧିଛି ପୁଲିସ । ଉଭୟଙ୍କ ତଣ୍ଟିରୁ ହତ୍ୟା ଷଡଯନ୍ତ୍ର କଣ୍ଟା କାଢ଼ିବାକୁ ରିମାଣ୍ଡରେ ବି ନିଆଯାଇଛି । ହତ୍ୟାକାଣ୍ଡ ସମୟରେ ବାଇକ ଚଳାଉଥିବା ଚିଣ୍ଟୁ ପ୍ରଧାନ, ସୁଟର ଯୋଗାଡ଼ କରିଥିବା ଯୋଗୀ ରାଉତ ସହ ସୁପାରି ଟଙ୍କା ଦେଇଥିବା ମଦନ ଦଳେଇ ଓ କର୍ପୋରେଟର ମଳୟ ବିଷୋୟୀଙ୍କୁ ପୁଲିସ ୨ ଦିନିଆ ରିମାଣ୍ଡରେ ନେଇଛି ।
ବିକ୍ରମ ଓ ପିଣ୍ଟୁଙ୍କ ଦୁଇ ଆଖି ସାଜିଥିଲେ ମଦନ, ମଳୟ । କୁହାଯାଉଛି, ଇଞ୍ଜିନିୟରିଂ ସ୍କୁଲ ପଡ଼ିଆରେ ହତ୍ୟାକାଣ୍ଡର ବ୍ଲ୍ୟୁ ପ୍ରିଣ୍ଟ ଆଙ୍କିଥିଲେ ଅଭିଯୁକ୍ତ । ସହରରେ ଛାପା ମାରି ୬ ଅଭିଯୁକ୍ତ ଶିଖିଥିଲେ କେମିତି ମାରିବେ ଛୁ’। ହତ୍ୟାକାଣ୍ଡର ମାସ ପୂରାଣି ପୂର୍ବରୁ ସୁଟର ଧରାପଡ଼ିଥିବାରୁ ଆଉ କିଏ ଏଥିରେ ସାମିଲ? ତାହା ଏବେ ବଡ଼ ପ୍ରଶ୍ନ ।
ବିହାରୀ ସୁଟର ଓ ଦୁଇ ବଡ଼ ନେତା ରହିଗଲେ ଜେଲ୍ରେ। ପ୍ଲାନ-ବିକୁ ସଫଳ କରିଥିବା ଅଭିଯୁକ୍ତମାନେ ଏବେ ରିମାଣ୍ଡରେ । ପୁଲିସର ପ୍ରଶ୍ନ ଓ ଅଭିଯୁକ୍ତଙ୍କ ପ୍ରମାଣ ଭିତରେ ପୀତବାସଙ୍କ ପରିବାରକୁ କେବେ ନ୍ୟାୟ ମିଳୁଛି, ଦେଖିବାର କଥା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/05/pitabas-panda-murder-case-2025-11-05-19-32-48.png)