ଗଞ୍ଜାମରେ ବଢ଼ୁଛି ଅପରାଧ, ଭୟଭୀତ ଅଞ୍ଚଳବାସୀ, ସନ୍ଧ୍ୟା ହେଲେ ପଡ଼ୁଛି ତାଟି କବାଟ

ଯାହାକୁ ନେଇ ଗାଁରେ ଭୟର ବାତାବରଣ ଲାଗି   ରହିଛି ।  ଗାଁରୁ ବହାରୁନାହାନ୍ତି ଗ୍ରାମବାସୀ । ନିକଟରେ ଗାଁର ପୂର୍ବତନ ସଭାପତି ମନୁ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଆର୍ ବାହାଡ଼ାପଲ୍ଲୀ ଗ୍ରାମରେ ଭୟର ବାତାବରଣ ଲାଗି ରହିଥିବା ବେଳେ ୯ ଜଣଙ୍କୁ ହତ୍ୟା କରିବାକୁ ଧମକ ମିଳିଛି ।

12

କନକ ବ୍ୟୁରୋ :ଗଞ୍ଜାମ ବଢୁଛି ଅପରାଧ, ଭୟର ଲୋକେ। ଗଞ୍ଜାମ ରମ୍ଭା ରେଳ ଷ୍ଟେସନ ନିକଟ ଆର୍ ବାହାଡ଼ାପଲ୍ଲୀ ଗ୍ରାମରେ ଚଳିତ ମାସରେ ଦୁଇଟି ହତ୍ୟା କାଣ୍ଡ ଘଟିଛି । ପୁଣି ଆଉ ୯ ଜଣଙ୍କୁ ହତ୍ୟା ଧମକ ମଧ୍ୟ ମିଳିଛି । ଯାହାକୁ ନେଇ ଗାଁରେ ଭୟର ବାତାବରଣ ଲାଗି   ରହିଛି ।  ଗାଁରୁ ବହାରୁନାହାନ୍ତି ଗ୍ରାମବାସୀ । ନିକଟରେ ଗାଁର ପୂର୍ବତନ ସଭାପତି ମନୁ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଆର୍ ବାହାଡ଼ାପଲ୍ଲୀ ଗ୍ରାମରେ ଭୟର ବାତାବରଣ ଲାଗି ରହିଥିବା ବେଳେ ୯ ଜଣଙ୍କୁ ହତ୍ୟା କରିବାକୁ ଧମକ ମିଳିଛି । ଏନେଇ ଗ୍ରାମବାସୀ ରମ୍ଭା ଥାନା ଆଗରେ ବସି ରହିଛନ୍ତି । ସେମାନଙ୍କ ଅଭିଯୋଗ ରହିଛି କି, ଗ୍ରାମର ଗୋଟିଏ ପରିବାରର ଲୋକ ଗାଁ କମିଟିର ନିଷ୍ପତ୍ତିକୁ ଅବମାନନା କରି ଗୋଟିଏ ପରେ ଗୋଟିଏ ହତ୍ୟା କରୁଛନ୍ତି । ହେଲେ ଏନେଇ ଥାନାରେ ସେହି ପରିବାର ଲୋକଙ୍କ ନାମରେ ଅଭିଯୋଗ ହେବା ପରେ ମଧ୍ୟ ପୁଲିସ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି । ଏହାକୁ ନେଇ ସ୍ଥାନୀୟ ଲୋକ ଭୟଭୀତ ଅବସ୍ଥାରେ ରହିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe