କନକ ବ୍ୟୁରୋ :ଗଞ୍ଜାମ ବଢୁଛି ଅପରାଧ, ଭୟର ଲୋକେ। ଗଞ୍ଜାମ ରମ୍ଭା ରେଳ ଷ୍ଟେସନ ନିକଟ ଆର୍ ବାହାଡ଼ାପଲ୍ଲୀ ଗ୍ରାମରେ ଚଳିତ ମାସରେ ଦୁଇଟି ହତ୍ୟା କାଣ୍ଡ ଘଟିଛି । ପୁଣି ଆଉ ୯ ଜଣଙ୍କୁ ହତ୍ୟା ଧମକ ମଧ୍ୟ ମିଳିଛି । ଯାହାକୁ ନେଇ ଗାଁରେ ଭୟର ବାତାବରଣ ଲାଗି ରହିଛି । ଗାଁରୁ ବହାରୁନାହାନ୍ତି ଗ୍ରାମବାସୀ । ନିକଟରେ ଗାଁର ପୂର୍ବତନ ସଭାପତି ମନୁ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଆର୍ ବାହାଡ଼ାପଲ୍ଲୀ ଗ୍ରାମରେ ଭୟର ବାତାବରଣ ଲାଗି ରହିଥିବା ବେଳେ ୯ ଜଣଙ୍କୁ ହତ୍ୟା କରିବାକୁ ଧମକ ମିଳିଛି । ଏନେଇ ଗ୍ରାମବାସୀ ରମ୍ଭା ଥାନା ଆଗରେ ବସି ରହିଛନ୍ତି । ସେମାନଙ୍କ ଅଭିଯୋଗ ରହିଛି କି, ଗ୍ରାମର ଗୋଟିଏ ପରିବାରର ଲୋକ ଗାଁ କମିଟିର ନିଷ୍ପତ୍ତିକୁ ଅବମାନନା କରି ଗୋଟିଏ ପରେ ଗୋଟିଏ ହତ୍ୟା କରୁଛନ୍ତି । ହେଲେ ଏନେଇ ଥାନାରେ ସେହି ପରିବାର ଲୋକଙ୍କ ନାମରେ ଅଭିଯୋଗ ହେବା ପରେ ମଧ୍ୟ ପୁଲିସ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି । ଏହାକୁ ନେଇ ସ୍ଥାନୀୟ ଲୋକ ଭୟଭୀତ ଅବସ୍ଥାରେ ରହିଛନ୍ତି ।
ଗଞ୍ଜାମରେ ବଢ଼ୁଛି ଅପରାଧ, ଭୟଭୀତ ଅଞ୍ଚଳବାସୀ, ସନ୍ଧ୍ୟା ହେଲେ ପଡ଼ୁଛି ତାଟି କବାଟ
ଯାହାକୁ ନେଇ ଗାଁରେ ଭୟର ବାତାବରଣ ଲାଗି ରହିଛି । ଗାଁରୁ ବହାରୁନାହାନ୍ତି ଗ୍ରାମବାସୀ । ନିକଟରେ ଗାଁର ପୂର୍ବତନ ସଭାପତି ମନୁ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଆର୍ ବାହାଡ଼ାପଲ୍ଲୀ ଗ୍ରାମରେ ଭୟର ବାତାବରଣ ଲାଗି ରହିଥିବା ବେଳେ ୯ ଜଣଙ୍କୁ ହତ୍ୟା କରିବାକୁ ଧମକ ମିଳିଛି ।
/kanak/media/media_files/2025/08/22/12-2025-08-22-09-00-37.jpg)