କନକ ବ୍ୟୁରୋ : ପାର୍ବଣରେ ହତ୍ୟା । ଅନୁଗୁଳ ସହରର ହରିମହୁରୀ ଛକଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ବେଳେ ଭୁଜାଲି ମାଡରେ ଦୁଇ ଭାଇ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ବେଳେ ସାନ ଭାଇର ମୃତ୍ୟୁ ହୋଇଛି । ଆମ୍ବୁଲାନ୍ସ ଗାଡି ବେପାରକୁ ନେଇ ଉଭୟଙ୍କ ମଧ୍ୟରେ ହୋଇଥିଲା ଗଣ୍ଡଗୋଳ । ମୃତକ ହେଲେ ସୌଭାଗ୍ୟ ବାସାକ। ଅନୁଗୁଳ ଟାଉନ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ପାର୍ବଣରେ ହତ୍ୟା ; ଗାଡ଼ି ବେପାରରୁ ବଚସା , ବଚସାରୁ ରକ୍ତପାତ
ପାର୍ବଣରେ ହତ୍ୟା । ଅନୁଗୁଳ ସହରର ହରିମହୁରୀ ଛକଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ।ଭୁଜାଲି ମାଡରେ ଜଣେ ମୃତ । ଆମ୍ବୁଲାନ୍ସ ଗାଡି ବେପାରକୁ ନେଇ ଆରମ୍ଭ ହୋଇଥିଲା ବଚସା ।
/kanak/media/media_files/2025/10/02/19-2025-10-02-10-44-43.jpg)