କନକ ବ୍ୟୁରୋ : ଦିନକୁ ଦିନ ବଢ଼ିଚାଲିଛି ଅପରାଧ ଓ ଅପରାଧୀଙ୍କ ସଂଖ୍ୟା। କିନ୍ତୁ ଥାନାଗୁଡ଼ିକରେ ବଢୁନି ପୁଲିସ କର୍ମଚାରୀଙ୍କ ସଂଖ୍ୟା। ଏପରିକି ଆଦର୍ଶ ଥାନାରେ ବି ଦୟନୀୟ ସ୍ଥିତି। ୫୦ ପ୍ରତିଶତଠୁ କମ୍ କର୍ମଚାରୀରେ ଚାଲିଛି ଥାନା। ଫାଙ୍କା ପଡ଼ିଛି ଚେୟାର। ଅଭିଯୋଗ ଶୁଣିବାକୁ ଲମ୍ବା ଲାଇନ୍। ବାଲେଶ୍ବର ସହଦେବଖୁଣ୍ଟା ଆଦର୍ଶ ଥାନାରେ ଏ ଦୃଶ୍ୟ। ୨ ଜଣ ଇନ୍ସପେକ୍ଟରଙ୍କ ଜାଗାରେ ଅଛନ୍ତି ଜଣେ। ୫ ସବ୍ ଇନ୍ସପେକ୍ଟର ସ୍ଥାନରେ ୩ଜଣ ଏବଂ ୧୦ ଏଏସ୍ଆଇଙ୍କ ଜାଗାରେ ଅଛନ୍ତି ମାତ୍ର ୩ ଜଣ। ଫାଙ୍କା ପଡ଼ିଛି ମହିଳା ଓ ଶିଶୁ ଡେସ୍କ। ମହିଳାଙ୍କ ସମ୍ପର୍କିତ ମାମଲା ଆସିଲେ ନିୟମ ଅନୁସାରେ ମହିଳା ଅଧିକାରୀ ବୟାନ ରେକର୍ଡ କରିବା କଥା। କିନ୍ତୁ ଥାନାରେ ମହିଳା ଅଧିକାରୀ ନଥିବାରୁ ଅନ୍ୟ ଥାନାର ମହିଳା ଅଧିକାରୀଙ୍କୁ ମାମଲା ଦେବାକୁ ପଡ଼ୁଛି। ସେହିପରି ଅନ୍ୟାନ୍ୟ କର୍ମଚାରୀ ଅଭାବରୁ କାମ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି।
୪ ହାବିଲଦାର ପଦ ଫାଙ୍କା
୩୧ କନେଷ୍ଟବଳଙ୍କ ଜାଗାରେ ଅଛନ୍ତି ୨୫ ଜଣ
୫ ଡ୍ରାଇଭରଙ୍କ ସ୍ଥାନରେ ଅଛନ୍ତି ମାତ୍ର ୨ ଜଣ
୫୧ ହୋମଗାର୍ଡଙ୍କ ସ୍ଥାନରେ ଅଛନ୍ତି ମାତ୍ର ଜଣେ
ଆହୁରି ପଢ଼ନ୍ତୁ:ବାଲେଶ୍ବରରେ ମହିଳା କର୍ମଚାରୀଙ୍କୁ ଯୌନଶୋଷଣ ଅଭିଯୋଗ, ଆକ୍ସନ ମୋଡ଼ରେ OPHC
ସମସ୍ୟା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଥିବା ବାଲେଶ୍ବର ସାଂସଦ କହିଛନ୍ତି। ଅନ୍ୟପଟେ ଇଣ୍ଟରନାଲ୍ ଆସେସମେଣ୍ଟ ଚାଲିଛି। ଆଗକୁ ଏ ନେଇ ପଦକ୍ଷେପ ନିଆଯିବ ବୋଲି ବାଲେଶ୍ବର ଏସ୍ପି କହିଛନ୍ତି। ବାଲେଶ୍ବର ଭଳି ସୀମାବର୍ତ୍ତୀ ଓ ସମ୍ବେଦନଶୀଳ ଅଞ୍ଚଳରେ ପୁଲିସ ସଂଖ୍ୟାର ଅଭାବ ଅପରାଧିଙ୍କୁ ସୁହାଉଛି। ନିଶା କାରବାର, ଗୋ ଚାଲାଣ ଓ ବାଲି ଚାଲାଣ ଭଳି ବେଆଇନ କାରବାର ବଢ଼ି ଚାଲିଛି। କେବଳ ଥାନା ନୁହେଁ, ଟ୍ରାଫିକଠୁ ନେଇ ଗୁଇନ୍ଦା ବିଭାଗ ସବୁଠି ସମାନ ସ୍ଥିତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/04/a3-2026-03-04-19-08-49.jpg)