କନକ ବ୍ୟୁରୋ: ଭୁବନେଶ୍ବରରେ ବଢୁଛି ଅପରାଧ ଓ ନିଶା ପାଇଁ ଘଟୁଛି ନାରକୀୟ କାଣ୍ଡ ଓ ଉପରମୁହାଁ ହେଉଛନ୍ତି ଅପରାଧୀ ଓ ଶନିବାର ନିଶା ପାଇଁ ସାଇନ୍ସ ପାର୍କରେ ଘଟିଛି ଛାତିଥରା ଘଟଣା ଓ ଗୋଟିଏ ପରିବାରର ଗଣ୍ଡଗୋଳରେ ୩ ଜଣ ଆହତ ହୋଇଛନ୍ତି । ଏହି ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ଓ 
ହୋଲିରେ ଶାନ୍ତିପଲ୍ଲୀରେ ଗୋପୀ ଗୁଣିଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରାଯାଇଥିଲା ଓ ସେହିଦିନ ସମେଇଗାଡ଼ିଆରେ ଆୟୁଷ୍ମାନ ପତିଙ୍କୁ ହତ୍ୟା କରିଥିଲେ ଦୁର୍ବୃତ୍ତ । ଏହାର କିଛିଦିନ ପୂର୍ବରୁ ରାଜରାସ୍ତାରେ ସହଦେଵ ନାୟକଙ୍କ ଗଣ୍ଡିମୁଣ୍ଡ ଅଲଗା କରି ହତ୍ୟା କରାଯାଇଥିଲା । ଏସବୁ ହତ୍ୟାକାଣ୍ଡର ମୂଳରେ ଥିଲା, ବସ୍ତିରେ ନିଶା କାରବାର । ଗତ ଶନିବାର ରାତିରେ ସାଇନ୍ସ ପାର୍କ ବସ୍ତି ମଧ୍ୟ ପଡ଼ିଥିଲା ଉଠିଥିଲା ।  ଦାଦା ଓ ଖୁଡ଼ୀଙ୍କ ମାଡ଼ରେ ଲହୁ ଲୁହାଣ ହୋଇଥିଲା ପୁତୁରା,  ଦାଦାଖୁଡୀଙ୍କୁ ଭୁଜାଲି ଭୁସି ଦେଇଥିବା ଅଭିଯୋଗ ହୋଇଛି ଓ ଘଟଣାରେ ୩ ଜଣ ଆହତ ହୋଇଛନ୍ତି । ଦାଦା ଶାନ୍ତିଭୂଷଣ ନାୟକଙ୍କୁ ପୁଲିସ ଗିରଫ କରିଛି ।  
 
ଭୁବନେଶ୍ବର ସହ ରାଜ୍ୟକୁ କବଳିତ କରିଛି ନିଶା କାରବାର । ୨୦୨୨ରେ ୧୮୯୨ଟି ଏନଡିପିଏସ୍ ମାମଲା ରୁଜୁ ହୋଇଥିଲା । ୨୬୦୩ ଜଣ ଗିରଫ ହୋଇଥିଲେ । ୧୧୭୩ କେଜି ଗଞ୍ଜେଇ  ଓ ୫୦ କେଜିରୁ ଅଧିକ ବ୍ରାଉନସୁଗାର ଜବତ ହୋଇଥିଲା । ୨୦୨୩ରେ ୧୮୬୮ଟି ଏନଡିପିଏସ୍ ମାମଲାରେ ୨୪୧୦ ଜଣ ଗିରଫ ହୋଇଥିଲେ ।  ୧୮୧୧ କ୍ବିଣ୍ଟାଲ ଗଞ୍ଜେଇ ସହ ୧୭ କେଜିରୁ ଅଧିକ ବ୍ରାଉନସୁଗର ଜବତ ହୋଇଥିଲା । ୨୦୨୪ରେ ୨୧୬୦ଟି ଏନଡିପିଏସ୍ ମାମଲାରେ ୨୨୭୬ ଜଣ  ଗିରଫ ହୋଇଥିଲେ । ୧୪୫୨ କ୍ବିଣ୍ଟାଲ ଗଞ୍ଜେଇ ଓ ୧୦ କେଜିରୁ ଅଧିକ ଧଳାଜହର ଜବତ କରାଯାଇଛି । ତେବେ ରାଜଧାନୀରେ ବସ୍ତିକୁ ଅପରାଧମୁକ୍ତ କରିବା ପ୍ରକ୍ରିୟା ଜାରି ରହିଥିବା ଏସିପି କହିଛନ୍ତି । ବସ୍ତିରେ ପୁଲିସ ପକ୍ଷରୁ "ବସ୍ତିକୁ ଚାଲ" ଅଭିଯାନ ସହ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରି କମ୍ୟୁନିଟି ପୋଲିସିଂ ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି । କିନ୍ତୁ ନିଶା ପାଇଁ ପାଣି ଫୋଟକା ଭଳି ଜୀବନ ଯାଉଛି ।