ଅଶାନ୍ତ ରାଜଧାନୀ: ଉପରମୁହାଁ ଅପରାଧୀ

Advertisment

ଅଶାନ୍ତ ହୋଇପଡୁଛି ରାଜଧାନୀ । ଅପରାଧୀ ଦିନକୁ ଦିନ ସକ୍ରିୟ ହୋଇପଡୁଛନ୍ତି । ହାତରେ ବନ୍ଧୁକ ଧରି ଖୋଲାଖୋଲି ପୁଲିସକୁ ଚ୍ୟାଲେଞ୍ଜ ଦେଉଛନ୍ତି । ଭୁବନେଶ୍ବରର ବିଭିନ୍ନ ଅଂଚଳରୁ ଆସିଥିବା କିଛି ଘଟଣା କିଛି ଏଭଳି କଥାକୁ ଇସାରା କରିଛି ।

ଅଶାନ୍ତ ହୋଇପଡୁଛି ରାଜଧାନୀ । ଅପରାଧୀ ଦିନକୁ ଦିନ ସକ୍ରିୟ ହୋଇପଡୁଛନ୍ତି । ହାତରେ ବନ୍ଧୁକ ଧରି ଖୋଲାଖୋଲି ପୁଲିସକୁ ଚ୍ୟାଲେଞ୍ଜ ଦେଉଛନ୍ତି । ଭୁବନେଶ୍ବରର ବିଭିନ୍ନ ଅଂଚଳରୁ ଆସିଥିବା କିଛି ଘଟଣା କିଛି ଏଭଳି କଥାକୁ ଇସାରା କରିଛି ।

4eg4e

କନକ ବ୍ୟୁରୋ: ଅଶାନ୍ତ ହୋଇପଡୁଛି ରାଜଧାନୀ । ଅପରାଧୀ ଦିନକୁ ଦିନ ସକ୍ରିୟ ହୋଇପଡୁଛନ୍ତି । ହାତରେ ବନ୍ଧୁକ ଧରି ଖୋଲାଖୋଲି ପୁଲିସକୁ ଚ୍ୟାଲେଞ୍ଜ ଦେଉଛନ୍ତି । ଭୁବନେଶ୍ବରର ବିଭିନ୍ନ ଅଂଚଳରୁ ଆସିଥିବା କିଛି ଘଟଣା କିଛି ଏଭଳି କଥାକୁ ଇସାରା କରିଛି ।

ଶୁଭୁଛି ବନ୍ଧୁକର ଗର୍ଜନ, ଫୁଟୁଛି ବୋମା। କେତେବେଳେ ଭାଇଗିରି ପାଇଁ ରେଷ୍ଟୁରାଂଟରେ ତୁମୁଳକାଣ୍ଡ ତ ପୁଣି କେତେବେଳେ ବନ୍ଧୁକ ଧରି ରାସ୍ତା ଉପରେ ଗୁଣ୍ଡାଗିରି। ଅସୁରକ୍ଷିତ ରାଜଧାନୀର ଅଭାବନୀୟ ଅପରାଧ। ଲକ୍ଷ୍ମୀସାଗର ଥାନା ଝାରପଡ଼ା ଗାଁର ଦୋଳମଣ୍ଡପ ସାହିରେ ସାମାନ୍ୟ ଘର ତିଆରିକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଓ ପରେ ହାତରେ ବନ୍ଧୁକ ଧରି ଖୋଲାଖୋଲି ବୁଲୁଛନ୍ତି ଅପରାଧୀ। ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଛନ୍ତି। ଏହି ଭିଡ଼ିଓଟି ଭାଇରାଲ ହେବାପରେ ଅଭିଯୁକ୍ତ ରମେଶ ବେହେରା ଓରଫ ବାବାଜିକୁ ଗିରଫ କରାଯାଇଛି। ତା ନିକଟରୁ ଏକ ପିସ୍ତଲ ଓ ୫ଟି ଗୁଳି ଜବତ କରାଯାଇଛି। ଜବତ ବନ୍ଧୁକକୁ ବାଲାଷ୍ଟିକ ଟେଷ୍ଟ ପାଇଁ ଫରେନସିକ ଲ୍ୟାବକୁ ପଠାଯିବ ବୋଲି କହିଛନ୍ତି ଡିସିପି। 

କେବଳ ଏହି ଗୋଟିଏ ଘଟଣା ନୁହେଁ। ଇନଫୋସିଟି ଥାନା ଅଂଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ବସିବାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଛି ତୁମୁଳକାଣ୍ଡ। ଅଭିଯୁକ୍ତଙ୍କୁ ଗିରଫ କରିବାପାଇଁ ସ୍ପେଶାଲ ଟିମ ଗଠନ ହୋଇଛି। ଠିକ ସେହିଭଳି ଗତକାଲି ରାତିରେ ନୟାପଲ୍ଲୀ ଥାନା ଅନ୍ତର୍ଗତ କେଶରୀ ଏନକ୍ଲେଭ ଆପାର୍ଟମେଣ୍ଟରେ ହୋଇଛି ବୋମାମାଡ଼। ଅନ୍ୟପଟେ ଗତକାଲି ରାତିରେ ମଂଚେଶ୍ବର ଥାନା ଅନ୍ତର୍ଗତ ସମେଇଗାଡ଼ିଆରେ ଗଶେଶ ପୂଜା ମେଲୋଡ଼ି ବେଳେ ଘଟିଥିବା ଗଣ୍ଡଗୋଳ ଘଟଣାରେ ତିନିଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସ। ଠିକ ସମାନ ଢଙ୍ଗରେ ପୁଲିସର ନିୟମକୁ ବେଖାତିର କରି ଡିଜେ ବାଜୁଥିବା ବେଳେ ଗୋଟିଏ ଗାଡ଼ି ଜବତ କରିଛି ବାଲିଅନ୍ତା ଥାନା ପୁଲିସ। 

ପୂଜା ବେଳେ ଦାଦାବଟି ମାଗିବାରେ ରୋକ ଲଗାଯାଇଛି। ମୋଷ୍ଟ ୱାଣ୍ଟେଡ଼ଙ୍କ ତାଲିକା ପ୍ରସ୍ତୁତ ସରିଛି। ଏହା ପରେ ବି କେହି ଆଇନକୁ ହାତକୁ ନେଲେ ୭୦୭୭୭୯୮୧୧୧ ନମ୍ବରରେ କଲ କରିବାକୁ ନିବେଦନ କରିଛନ୍ତି ଭୁବନେଶ୍ବର ଡିସିପି। ତେବେ, ପ୍ରଶ୍ନ ଉଠୁଛି ପ୍ରାର୍ବଣ ପୂର୍ବରୁ କାହିଁକି ଅଶାନ୍ତ ରାଜଧାନୀ?  ଅପରାଧୀ ସକ୍ରିୟ ହୋଇଥିବାବେଳେ କମିଶନରେଟ୍ ପୋଲିସ କରୁଛି କଣ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe