ରାଜଧାନୀ ରାଜରାସ୍ତାରେ ଆତଙ୍କରାଜ ; ଗୋଡାଇ ଗୋଡାଇ ଯୁବକଙ୍କୁ ହାଣିଲେ

ଗୋଟିଏ ଦିନରେ ରାଜଧାନୀ ଭୁବନେଶ୍ବରର ଦୁଇ ଦୁଇଟି ସ୍ଥାନରେ ଆତଙ୍କ ରଚିଲେ ଦୁର୍ବୃତ୍ତ । ଶିଶୁଭବନ ଛକରେ ଗୋଟିଏ ଗୋଷ୍ଠୀ ଜଣେ ଯୁବକଙ୍କୁ ନିର୍ମମ ଭାବେ ହାଣିଥିବା ବେଳେ ଗଭର୍ଣ୍ଣର ହାଉସ ଛକ ନିକଟରେ ଆଉ ଜଣଙ୍କୁ ହାଣିଛନ୍ତି ।  

Bhubaneswar Crime****

Bhubaneswar Crime**** Photograph: (KanakNews)

କନକ ବ୍ୟୁରୋ: ଗୋଟିଏ ଦିନରେ ରାଜଧାନୀ ଭୁବନେଶ୍ବରର ଦୁଇ ଦୁଇଟି ସ୍ଥାନରେ ଆତଙ୍କ ରଚିଲେ ଦୁର୍ବୃତ୍ତ । ଶିଶୁଭବନ ଛକରେ ଗୋଟିଏ ଗୋଷ୍ଠୀ ଜଣେ ଯୁବକଙ୍କୁ ନିର୍ମମ ଭାବେ ହାଣିଥିବା ବେଳେ ଗଭର୍ଣ୍ଣର ହାଉସ ଛକ ନିକଟରେ ଆଉ ଜଣଙ୍କୁ ହାଣିଛନ୍ତି ।  

ଶିଶୁଭବନ ଟ୍ରାଫିକ ଛକରେ ଟ୍ୟାକ୍ସି ଗାଡ଼ି ନମ୍ବର ଥିବା ଏକ ସ୍ବିଫ୍ଟ କାରରେ ଆସି କିଛି ଯୁବକ  ଆତଙ୍କ ଖେଳାଇ ଜଣଙ୍କୁ ହାଣିଛନ୍ତି ଓ ଅନ୍ୟପଟେ ଗଭର୍ଣ୍ଣର ହାଉସ ଛକ ନିକଟରେ ୫ଟି ବାଇକରେ ୧୦ରୁ ୧୫ଜଣ ଆସି ଯୁବକଙ୍କୁ ଖଣ୍ଡା ଓ କାତିରେ ଆକ୍ରମଣ କରିଛନ୍ତି  । ଶିଶୁଭବନ ଛକରେ ୭ରୁ ୮ଜଣ ଯୁବକ ରାସ୍ତା ଉପରେ ବାଇକକୁ ଧକ୍କା ଦେବା ପରେ, ହାତରେ ମାରଣାସ୍ତ୍ର ଧରି ଆତଙ୍କ ଖେଳାଇଥିଲେ । ଉଭୟ ଘଟଣା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହୋଇଥିବା ଜଣାପଡିଛି । ଆହତଙ୍କ ଭିତରୁ ଜଣେ ଗୁରୁତର ଥିବା ବେଳେ ତାଙ୍କୁ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ଆଉ ଜଣେ ଆହତ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଦୁଇଟି ଘଟଣାରେ ହାଣିସାରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe