କନକବ୍ୟୁରୋ : କେନ୍ଦ୍ରାପଡ଼ା ମହାକାଳପଡ଼ା ଥାନା ବଡ଼ମଠ ଗାଁରେ ଚାଂଚଲ୍ୟ । ଯୌତୁକ ପାଇଁ ନବବଧୂକୁ ମାରିଦେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ତେନ୍ତୁଳିକନ୍ଦା ଗାଁର ଗୟାଧର ପ୍ରଧାନଙ୍କ ଝିଅ ନମିତା ବର୍ଷକ ତଳେ ମଡମଠ ଗାଁର ଶୁଭ୍ରାଂଶୁ ଭୁୟାଁଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବାହାଘର ସମୟରେ ଝିଅକୁ ସୁନା ଅଳଙ୍କାର ସହିତ ଘରର ଆସବାବପତ୍ର ଦେଇ ବାହା କରିଥିଲେ ନମିତାଙ୍କ ବାପା । କିନ୍ତୁ ଅଧିକ ଯୌତୁକ ଦାବିକରି ଝିଅକୁ ଅନେକ ସମୟରେ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ଝିଅର ପରିବାର ଲୋକେ ।
ତେବେ ନମିତାଙ୍କ ଦେହ ଭଲନାହିଁ ବୋଲି ତାଙ୍କର ଶାଶୂଘର ଲୋକେ ନମିତାଙ୍କ ବାପଘର ଲୋକଙ୍କୁ ଜଣାଇଥିଲେ । ବାପଘର ଲୋକେ ମେଡିକାଲକୁ ଆସି ଦେଖିଲା ବେଳକୁ ଝିଅର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ । ଏହାପରେ ମୃତ ନମିତାଙ୍କ ପରିବାର ଲୋକେ ମହାକାଳପଡା ଥାନାରେ ଅଭିଯୋଗ କରିଛନ୍ତି । ମୃତ ନମିତାଙ୍କ ଶ୍ବଶୁରଙ୍କୁ ପୁଲିସ ଅଟକ ରଖିଥିବା ବେଳେ ଅନ୍ୟମାନେ ଫେରାର ଅଛନ୍ତି । ଶାଶୂଘର ଲୋକେ ଫେରାର ଥିବା ବେଳେ ମୃତ ନମିତାଙ୍କର ମୃତଦେହ ୩ ଦିନ ହେଲା କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଡିରହିଛି । ମୃତ ତେବେ ନମିତା ୫ ମାସର ଗର୍ଭବତୀ ଥିବା ମଧ୍ୟ ସୂଚନା ମିଳିଛି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/06/24/nababadhu-76-2025-06-24-16-15-40.jpg)