କନକ ବ୍ୟୁରୋ: ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା । ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡ ନେବା ପାଇଁ କ୍ରାଇମବ୍ରାଞ୍ଚଙ୍କୁ ଅନୁମତି ଦେଲେ କୋର୍ଟ । ଆଜି ଦିନିକିଆ ରିମାଣ୍ଡରେ ୬ ଜଣଙ୍କୁ କ୍ରାଇମବ୍ରାଞ୍ଚ ନେଇ କରିବ ଜେରା । ବେଲଗାଁ ଥାନା ଅନ୍ତର୍ଗତ ପାଟପୁର ଗାଁର କୁନାଲ ପ୍ରଧାନ, ହିଞ୍ଜିଳି ଥାନା ଅନ୍ତର୍ଗତ ବାରୁପଦ ଗାଁର ବାବୁରାମ ଦଳାଇ, ଲକ୍ଷ୍ମଣ ପ୍ରଧାନ, ସିକିରି ଗାଁର ଓମ୍ ପ୍ରଧାନ, ଦୀପକ ତରାଇ ଓ ପୁରୁଷୋତ୍ତମପୁରର ପ୍ରମୋଦ ନାୟକଙ୍କୁ ଆଜି ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ରିମାଣ୍ଡରେ ଆଣିବା ପରେ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିପାରେ ତଦନ୍ତକାରୀ ସଂସ୍ଥା । ଗତ ଶୁକ୍ରବାର ଦିନ ଏହି ୬ ଅଭିଯୁକ୍ତଙ୍କ ବ୍ରହ୍ମପୁର ଜେଲରେ ହୋଇଥିଲା ଟିଆଇ ପ୍ୟାରେଡ । ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ଏହାକୁ ଗୁରୁତ୍ବର ସହ ନେଇଛନ୍ତି ରାଜ୍ୟ ସରକାର । ସେଥିପାଇଁ ୧୫ ଦିନ ମଧ୍ୟରେ ତଦନ୍ତ ଶେଷ କରି କୋର୍ଟରେ ଚାର୍ଜସିଟ୍ ଦାଖଲ କରିବ କ୍ରାଇମବ୍ରାଞ୍ଚ । ମାମଲାର ତ୍ଵରିତ ଫଇସଲା ପାଇଁ ଏହାର ବିଚାର ଫାଷ୍ଟଟ୍ରାକ କୋର୍ଟରେ କରାଯିବ ।
ଗୋପାଳପୁର ଗଣଦୁଷ୍କର୍ମ ଘଟଣା: କୋର୍ଟଙ୍କ ଅନୁମତି ପରେ ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡ ନେଲା କ୍ରାଇମବ୍ରାଞ୍ଚ
ରିମାଣ୍ଡରେ ଆଣିବା ପରେ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିପାରେ ତଦନ୍ତକାରୀ ସଂସ୍ଥା । ଗତ ଶୁକ୍ରବାର ଦିନ ଏହି ୬ ଅଭିଯୁକ୍ତଙ୍କ ବ୍ରହ୍ମପୁର ଜେଲରେ ହୋଇଥିଲା ଟିଆଇ ପ୍ୟାରେଡ ।
/kanak/media/media_files/2025/06/24/38gbgbgbgbg-2025-06-24-14-11-31.jpg)