ଓଡିଆ ସାମ୍ବାଦିକଙ୍କୁ ଆତଙ୍କୀ ଧମକ ; କ୍ରାଇମବ୍ରାଞ୍ଚର ତନାଘନା

ଧମକପୂର୍ଣ୍ଣ ମେଲ ଘଟଣାରେ କ୍ରାଇମବ୍ରାଞ୍ଚର ତନାଘନା । ସାମ୍ବାଦିକ ଅକ୍ଷୟ ସାହୁଙ୍କ ମେଲର ଯାଞ୍ଚ । ଅଧିକାରୀ କହିଲେ, ଅଧିକ ତଦନ୍ତ ପରେ ସ୍ପଷ୍ଟ ହେବ ଚିତ୍ର ।  ସାମ୍ବାଦିକ ନବୀନ ଦାସଙ୍କୁ ମଧ୍ୟ ଆସିଛି ଧମକପୂର୍ଣ୍ଣ ମେଲ । ଅଡିଓ ମ୍ୟାସେଜ ଜରିଆରେ ଧମକ ଦେଇଛି ଆତଙ୍କୀ ପନ୍ନୁ ।

3tt

କନକ ବ୍ୟୁରୋ: ଧମକପୂର୍ଣ୍ଣ ମେଲ ଘଟଣାରେ କ୍ରାଇମବ୍ରାଞ୍ଚର ତନାଘନା ଆରମ୍ଭ ହୋଇଛି। ସାମ୍ବାଦିକ ଅକ୍ଷୟ ସାହୁଙ୍କ ମେଲର ଯାଞ୍ଚ କରିଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ। ତେବେ ଅଧିକ ତଦନ୍ତ ପରେ ଚିତ୍ର ସ୍ପଷ୍ଟ ହେବ ବୋଲି କହିଚନ୍ତି। ସେପଟେ ସାମ୍ବାଦିକ ନବୀନ ଦାସଙ୍କୁ ମଧ୍ୟ ଆସିଛି ଧମକପୂର୍ଣ୍ଣ ମେଲ୍।  

ଏହାସହ ଭୁବନେଶ୍ୱରରେ ଆକ୍ରମଣ ନେଇ ପୁଣି ଧମକ ଦେଇଛି ପନ୍ନୁ। ଡିଜିପି ସମ୍ମିଳନୀକୁ ଟାର୍ଗେଟ୍ କରିବା ନେଇ ଖଲିସ୍ତାନୀ ଆତଙ୍କୀ ଗୁରୁପତୱନ୍ତ ସିଂ ପନ୍ନୁର ଆସିଛି ଧମକପୂର୍ଣ୍ଣ ଅଡିଓ । ଡିଜିପି ସମ୍ମିଳନୀକୁ ଟାର୍ଗେଟ କରିବାକୁ ଏଥିରେ ଦେଇଛି ଖୋଲା ଧମକ। ଆସନ୍ତାକାଲି ଆକ୍ରମଣ ନେଇ ଧମକ ଧମକ ଦେବା ପରେ ରାଜ୍ୟରେ ସୁରକ୍ଷାକୁ ଆହୁରି କଡାକଡି କରିଛି ରାଜ୍ୟ ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe