ଭରତପୁର ଥାନାରେ କ୍ରାଇମବ୍ରାଞ୍ଚର ତନାଘନା ; ମେଜର ଓ ତାଙ୍କ ବାନ୍ଧବୀ କହିବେ ସେଦିନ ରାତିର ଘଟଣା

Advertisment

ଭରତପୁର ଥାନାରେ କ୍ରାଇମବ୍ରାଞ୍ଚର ତନାଘନା ; ସବୁ ଦିଗକୁ ନେଇ ତଦନ୍ତ କରୁଛି ଟିମ୍ । ପରେ ପଥରଗାଡିଆରେ ବି କରିବ ଯାଞ୍ଚ । ସେପଟେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କର ହୋଇପାରେ ପଲିଗ୍ରାଫ ଟେଷ୍ଟ ।

ଭରତପୁର ଥାନାରେ କ୍ରାଇମବ୍ରାଞ୍ଚର ତନାଘନା ; ସବୁ ଦିଗକୁ ନେଇ ତଦନ୍ତ କରୁଛି ଟିମ୍ । ପରେ ପଥରଗାଡିଆରେ ବି କରିବ ଯାଞ୍ଚ । ସେପଟେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କର ହୋଇପାରେ ପଲିଗ୍ରାଫ ଟେଷ୍ଟ ।

1700

କନକ ବ୍ୟୁରୋ: ଭରତପୁର ଥାନା ମାମଲାରେ କ୍ରାଇମ୍‌ବ୍ରାଞ୍ଚର ତନାଘନା। ମେଜର ଓ ତାଙ୍କ ବାନ୍ଧବୀ ମଧ୍ୟ ଆସି ଥାନାରେ ପହଞ୍ଚିଛନ୍ତି । ଆଜି କ୍ରାଇମବ୍ରାଞ୍ଚ ଟିମ୍ ଗ୍ରାଉଣ୍ଡଜିରୋରେ ପହଞ୍ଚି ଛାନବିନ୍ କରିବ । ଭରତପୁର ଥାନା ସହ ପଥରଗାଡିଆର ଘଟଣାସ୍ଥଳକୁ ଯାଇ ତଦନ୍ତ କରିବ କ୍ରାଇମବ୍ରାଞ୍ଚ ଟିମ୍। ଏଥିପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ପାଇଁ ଭରତପୁର ଓ ଚନ୍ଦକା ଥାନାକୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କର ହୋଇପାରେ ପଲିଗ୍ରାଫ ଟେଷ୍ଟ ।

ଗତ ୧୪ ତାରିଖ ରାତିରେ ଚନ୍ଦକା ରାସ୍ତାରେ ରୋଡ୍ ରୋମିଓଙ୍କ ଦ୍ୱାରା ଦୁର୍ବ୍ୟବହାର ସହ ଆକ୍ରମଣ ଅଭିଯୋଗ ଆଣିଥିଲେ ମେଜରଙ୍କ ବାନ୍ଧବୀ । ଏହି ଅଭିଯୋଗ ନେଇ ଭରତପୁର ଥାନାକୁ ଯାଇଥିବା ବେଳେ ପୋଲିସ ମଧ୍ୟ ନିର୍ଯାତନା ଦେଇଥିବା ଅଭିଯୋଗ ଆଣିଥିଲେ ପୀଡ଼ିତା। ଏହାକୁ ନେଇ ବିବାଦ ଲାଗି ରହିଥିବା ବେଳେ ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ କ୍ରାଇମ୍‌ବ୍ରାଞ୍ଚ ମଧ୍ୟ ଘଟଣାର ତଦନ୍ତ କରୁଛି। ସେପଟେ କ୍ୟାପ୍ଟେନ ଓ ତାଙ୍କ ବାନ୍ଧବୀଙ୍କୁ କମିଶନରେଟ୍ ପୋଲିସ ପକ୍ଷରୁ ପିଏସଓ ପ୍ରଦାନ କରାଯାଇଛି। ସେମାନେ ଦୁଇ ଜଣଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇବେ। ସୁରକ୍ଷା ପାଇଁ ପୀଡ଼ିତାଙ୍କ ବାପା ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe