କନକ ବ୍ୟୁରୋ; ଏସଆଇ ଜାଲିଆତି ମାମଲାରେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ। ଅଭିଯୁକ୍ତ ପରୀକ୍ଷାର୍ଥୀଙ୍କ ବୟାନ ଆଧାରରେ ସିଆଇଡିର ସ୍ବତନ୍ତ୍ର ଟିମ୍ ଭୁବନେଶ୍ବର ସିଆରପି ଛକରେ ଥିବା ଶିକ୍ଷାନୁଷ୍ଠାନ ‘ବଣିକ’ରେ ଛାପା ମାରିଛି। ଅଫିସ ଭିତରେ ଥିବା କମ୍ପ୍ୟୁଟରରୁ ଡାଟା ସଂଗ୍ରହ କରିଛି ସିଆଇଡି। ଦୀର୍ଘ ୩ ଘଣ୍ଟାର ତନାଘନା ପରେ ବାହାରିଥିବା କ୍ରାଇମବ୍ରାଞ୍ଚ ଟିମ୍ । ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜବତ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ଆଜି ୩ ଜଣଙ୍କୁ ହେବ ଜେରା ହେବ ବୋଲି ସୂଚନା ମଳିଛି। କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ ସିଆରପି ସ୍ଥିତ ବାଣିକ ଇନଷ୍ଟିଚ୍ୟୁଟରେ ତନାଘନା କରିଥିବା ବେଳେ SI ପରୀକ୍ଷା ଦୁର୍ନୀତିରେ ସଂପୃକ୍ତ ଆଶାୟୀମାନଙ୍କ ତଥ୍ୟ ଜବତ କରିଛି କ୍ରାଇମବ୍ରାଞ୍ଚ ।
ଆସନ୍ତାକାଲି କଟକ ଅଫିସକୁ ଯିବାପାଇଁ ନୋଟିସ କରାଯାଉଛି । ୫ ବର୍ଷରେ ଓଡ଼ିଶାର ସମସ୍ତ ସେଣ୍ଟରରେ ପଢ଼ୁଥିବା ଆଶାୟୀଙ୍କ ସବିଶେଷ ଡାଟା ସମେତ ଷ୍ଟାଫ ଡାଟା, ବିଭିନ୍ନ ସ୍ପେସିଫିକ ପରୀକ୍ଷା ପାଇଁ ପଢ଼ୁଥିବା ଆଶାୟୀଙ୍କ ତଥ୍ୟ ଏବଂ ଗୋଟିଏ ବର୍ଷର ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ନେଇଥିବା କହିଛନ୍ତି କ୍ରାଇମବ୍ରାଞ୍ଚ dsp ନରେନ୍ଦ୍ର ବେହେରା । ବାଣିକ ଏମ ଡି ସୁବ୍ରତ ଛାଟୋଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ବାଣିକ ବିରୁଦ୍ଧରେ ଷଡ଼ଯନ୍ତ୍ର ହେଉଛି । ସୁବ୍ରତ ଛାଟୋଇ ଏକ ରାଜନୈତିକ ଦଳ ସହ ସମ୍ପୃକ୍ତ ଥିବା କାରଣରୁ ଏଭଳି କରାଯାଉଛି ବୋଲି ସେ କହିଛନ୍ତି । ଯେଉଁ ୧୨ ଜଣଙ୍କୁ ଜେରା ବେଳେ ବାଣିକ ନାଁ ନେଇଥିଲେ ସେମାନଙ୍କ ମଧ୍ୟରୁ ୬ ଜଣ ବାଣିକର ବିଭିନ୍ନ ସେଣ୍ଟରରେ ପଢ଼ିଥିବା ନେଇ ସେ ସ୍ପଷ୍ଟ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/10/raid-2025-10-10-07-50-53.jpg)