କନକବ୍ୟୁରୋ : ବାଲେଶ୍ୱର ଏଫଏମ୍ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ ଟିମ୍ । ପେଟ୍ରୋଲ ପମ୍ପରେ ସିସିଟିଭି ଯାଞ୍ଚ ଭିତରେ ମିଳିଛି ଚାଞ୍ଚଲ୍ୟକର ତଥ୍ୟ । ଘଟଣା ଦିନ ପେଟ୍ରୋଲ ପମ୍ପରୁ ଜଣେ ଯୁବତୀ ସ୍କୁଟିରେ ଆସି ପେଟ୍ରୋଲ ନେଇଥିବା ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ପେଟ୍ରୋଲ ପମ୍ପ କର୍ମଚାରୀ । ତେବେ ପେଟ୍ରୋଲ କାହିଁକି ନେଇଥିଲେ ତାହା ଏଯାଏଁ ସ୍ପଷ୍ଟ ହୋଇନି । ଫକୀରମୋହନ ମହାବିଦ୍ୟାଳୟ ନିକଟରେ ତାରିଣୀ ପେଟ୍ରୋଲ ପମ୍ପ ରହିଛି । କ୍ରାଇମବ୍ରାଞ୍ଚ ଟିମ୍ ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ସିସିଟିଭି କ୍ୟାମେରାର ହାର୍ଡଡିସ୍କକୁ ଜବତ କରିଛି ।
ଏଫଏମ କଲେଜ ନିକଟ ତାରିଣୀ ପେଟ୍ରୋଲ ପମ୍ପରେ କ୍ରାଇମବ୍ରାଞ୍ଚର ଛାନଭିନ୍ : ପୀଡିତା ନା ଅନ୍ୟ କିଏ ତେଲ ଟାଙ୍କିରୁ ନେଇଥିଲେ ପେଟ୍ରୋଲ, ଚାଲିଛି ଯାଞ୍ଚ
ବାଲେଶ୍ୱର ଏଫଏମ୍ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ତନାଘନା ଚଳାଇଛି କ୍ରାଇମବ୍ରାଞ୍ଚ ଟିମ୍ । ପେଟ୍ରୋଲ ପମ୍ପରେ ସିସିଟିଭି ଯାଞ୍ଚ ଭିତରେ ମିଳିଛି ଚାଞ୍ଚଲ୍ୟକର ତଥ୍ୟ
/kanak/media/media_files/2025/07/19/petrol-2025-07-19-08-11-04.jpg)