ବ୍ରହ୍ମପୁରରେ ଘାଣ୍ଟୁଛି କ୍ରାଇମବ୍ରାଞ୍ଚ୍ Photograph: (kanakNews)
କନକ ବ୍ୟୁରୋ: ନବ ଦାସଙ୍କ ପୁଅ ବିଶାଳ ଦାସ ଦ୍ବିତୀୟ ଥର ସିବିଆଇ ତଦନ୍ତ ଦାବି କରିବା ପରେ ପୁଣି ସକ୍ରିୟ ହୋଇଛି କ୍ରାଇମ୍ବ୍ରାଞ୍ଚ । ଚାରି ଦିନ ହେଲା ବ୍ରହ୍ମପୁର ଯାଇ ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସର ପରିବାର ଓ ସମ୍ପର୍କୀୟଙ୍କ ପଚରାଉଚୁରା ଚଳାଇଛି। ପ୍ରଥମେ ତିନି ଦିନ ଗୋପାଳର ଭାଇ, ପୁଅ ଓ ଅନ୍ୟମାନଙ୍କୁ ପଚରାଉଚୁରା କରିବା ପରେ ଚତୁର୍ଥଦିନରେ ପତ୍ନୀଙ୍କୁ ପଚରାଉଚୁରା କରିଛନ୍ତି ସ୍ବତନ୍ତ ଟିମ୍ ।
ଗୋପାଳର ସିଡିଆର ଧରି କ୍ରାଇମ୍ବ୍ରାଞ୍ଚ ଟିମ୍ ସତ ଖୋଜୁଛି । ସୂଚନା ଅନୁସାରେ ନବଙ୍କ ହତ୍ୟାର ୬ମାସ ପୂର୍ବରୁ ଗୋପାଳ କାହା ସହ କଥା ହୋଇଥିଲା, ତାର କଲ୍ ଡିଟେଲ୍ସ ବାହାର କରି ତନାଘନା ଚଳାଇଛନ୍ତି ତଦନ୍ତକାରୀ ଅଫିସର। ତେଣୁ ଆଗକୁ ଆଉ କାହା ପାଳି ପଡିବ ସେ ନେଇ ଅନେକଙ୍କ ଭିତରେ ଛନକା ପଶିଛି।
ଗତ ମାର୍ଚ୍ଚ ମାସରୁ ନବଙ୍କ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସିବିଆଇ ତଦନ୍ତ ପାଇଁ ଦାବି କରି ସାରିଥିଲେ ବି ଏଯାଏଁ ତାହା ଶୀତଳ ଭଣ୍ଡାରରେ ପଡ଼ି ରହିଛି । ଗତ ସପ୍ତାହରେ ପୁଅ ବିଶାଳ ଦାସ ପୁଣି ଥରେ ସିବିଆଇ ତଦନ୍ତ ଦାବି କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ଅଛି ବୋଲି କହିଥିଲେ ।
Follow Us