ଭରତପୁର ଘଟଣାକୁ ନେଇ ବଢ଼ିଲା ହଲଚଲ; NCW କୁ ରିପୋର୍ଟ ଦେଲା କ୍ରାଇମବ୍ରାଞ୍ଚ

Advertisment

ଭରତପୁର ଆଦର୍ଶ ଥାନାରେ ଯେଉଁଭଳି କଳଙ୍କିତ ଅଧ୍ୟାୟ ସୃଷ୍ଟି ହେଲା, ତାକୁ ନେଇ ସାରା ରାଜ୍ୟ ଉଠୁଛି ପଡୁଛି । ଆଜି ଜାତୀୟ ମହିଳା କମିଶନଙ୍କୁ ରିପୋର୍ଟ ପ୍ରଦାନ କରିଛି କ୍ରାଇମବ୍ରାଞ୍ଚ ।

ଭରତପୁର ଆଦର୍ଶ ଥାନାରେ ଯେଉଁଭଳି କଳଙ୍କିତ ଅଧ୍ୟାୟ ସୃଷ୍ଟି ହେଲା, ତାକୁ ନେଇ ସାରା ରାଜ୍ୟ ଉଠୁଛି ପଡୁଛି । ଆଜି ଜାତୀୟ ମହିଳା କମିଶନଙ୍କୁ ରିପୋର୍ଟ ପ୍ରଦାନ କରିଛି କ୍ରାଇମବ୍ରାଞ୍ଚ ।

crime branch

କନକ ବ୍ୟୁରୋ : ଭରତପୁର ଘଟଣା ଏବେ ସାରା ଦେଶରେ ଡିବିଡିବି ହୋଇ ବାଜୁଛି । ଭରତପୁର ଥାନାରେ ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସର ନିର୍ଯାତନା ଘଟଣା ହଇଚଇ ସୃଷ୍ଟି କରିଛି । ଏହି ସଙ୍ଗୀନ ଘଟଣାକୁ ଗମ୍ଭୀରତାର ସହ ନେଇ ଜାତୀୟ ମହିଳା କମିଶନ ନିଜ ଆଡୁ ମାମଲା ରୁଜୁ କରିଥିଲେ । ପୁଲିସ ଡିଜିଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଥିଲେ । କ୍ରାଇମବ୍ରାଂଚକୁ ତଦନ୍ତ ରିପୋର୍ଟ ବି ମାଗିଥିଲେ । କ୍ରାଇମବ୍ରାଂଚ ଆଜି ଜାତୀୟ ମହିଳା କମିଶନକୁ ରିପୋର୍ଟ ହସ୍ତାନ୍ତର କରିଛି । ତେବେ ରିପୋର୍ଟରେ କଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ ।

ଭରତପୁର ଘଟଣା ନେଇ ଜାତୀୟ ମହିଳା କମିଶନଙ୍କ ତତ୍ପରତା ଓ ଭାରତୀୟ ସେନାପକ୍ଷରୁ ତୀବ୍ର ଆପତ୍ତି ହେବା ପରେ ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ୫ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । କ୍ରାଇମବ୍ରାଞ୍ଚ ଟିମ ଆର୍ମି ମେଜର ଗୁରୁବଂଶ ଓ ତାଙ୍କ ବନ୍ଧବୀ ଅଙ୍କିତା ପ୍ରଧାନଙ୍କ ବୟାନ ରେକର୍ଡ କରିଛି । ନିଲମ୍ୱିତ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ର ଓ ଅନ୍ୟ ପୁଲିସ କର୍ମଚାରୀଙ୍କୁ ଘନ ଘନ ଜେରା ଚାଲିଛି ।  ସେପଟେ ନିଲମ୍ୱିତ କର୍ମଚାରୀଙ୍କ ପରିବାର ବି ନ୍ୟାୟ ଦାବି କରିଛନ୍ତି ।

ସେପଟେ ପୋଲିସ ସପକ୍ଷରେ ବାହାରିଛି ଅବସରପ୍ରାପ୍ତ ପୁଲିସ ଅଧିକାରୀ । ପୁଲିସ ସେବା ଭବନରେ ଏମାନେ ପୁଲିସ କମିଶନରଙ୍କ ଭେଟିଛନ୍ତି । କଟକରେ ରାଜ୍ୟ ପୁଲିସ ଅଫିସର୍ସ ସଂଘ ସାମ୍ୱାଦିକ ସମ୍ମିଳନୀ କରି ନିଲମ୍ୱନ ପ୍ରତ୍ୟାହାର ଦାବି କରିଛି ।ଘଟଣାରେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ୧୫ ତାରିଖ ରାତିରେ ଚନ୍ଦକା ରାସ୍ତାରେ କଣ ହୋଇଥିଲା, ସେନେଇ ଖୋଳତାଡ଼ ଚାଲିଛି । ତଦନ୍ତ ଆଗକୁ ବଢୁଥିବାବେଳେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe