ବାଲିହରଚଣ୍ଡୀ ପୀଠରେ ଛାତ୍ରୀଙ୍କୁ ଦୁଷ୍କର୍ମ ; ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ପର୍ଯ୍ୟଟନସ୍ଥଳୀରେ ଲଜ୍ଜା । ବ୍ରହ୍ମଗିରି ବାଲିହରଚଣ୍ଡୀଙ୍କ ପୀଠରେ ଜଣେ ଛାତ୍ରୀଙ୍କ ସହ ଦୁଷ୍କର୍ମ ଅଭିଯୋଗ । ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସାଧୀନ   । ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି ।

ଅଦ୍ୟତନ ହୋଇଛି
01

କନକ ବ୍ୟୁରୋ: ରାଜ୍ୟର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ବ୍ରହ୍ମଗିରିର ବାଲିହରଚଣ୍ଡିରେ ଲଜ୍ଜା । ବାଲିହରଚଣ୍ଡିଙ୍କ ପୀଠରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ପୀଡ଼ିତା ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ୩ ଜଣଙ୍କୁ ପୁଲିସ ଗିରଫ କରି
ପଚରାଉଚରା କରୁଛି । କିନ୍ତୁ ଏବେବି ଅପରାଧୀକୁ ପୁଲିସ ଖୋଜିବା ଜାରି ରଖିଛି  । ମାଆଙ୍କ ପୀଠରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ ବ୍ରହ୍ମଗିରି ବିଧାୟକ ତଥା ବିଜେଡି ନେତା ସଞ୍ଜୟ ଦାସବର୍ମା । ବାଲି ହରଚଣ୍ଡୀରେ ଏକ ପୁଲିସ ଆଉଟ୍ ପୋଷ୍ଟ ବା ଫାଣ୍ଡି ପ୍ରତିଷ୍ଠା କରିବାକୁ ସେ ଦାବି କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe