କନକ ବ୍ୟୁରୋ: ଦିନ ବଢ଼ୁଛି ଅପରାଧ ବି ବଢ଼ୁଛି । ବଢୁଛି ମହିଳାଙ୍କ ବିରୋଧରେ ଅପରାଧ । ତଥ୍ୟ କହୁଛି ରାଜ୍ୟରେ ପ୍ରତିଦିନ ୮୬ ଜଣ ଅପରାଧ ତଥା ଅସଦାଚରଣର ଶିକାର ହେଉଛନ୍ତି । ଏନସିଆରବି ରିପୋର୍ଟ କହୁଛି, ଓଡ଼ିଶାରେ ପ୍ରତି ୧ ଲକ୍ଷ ମହିଳାଙ୍କ ମଧ୍ୟରେ ୨୨୭ଜଣ ଅପରାଧର ଶିକାର ହେଉଛନ୍ତି । କେବଳ ଅସଦାରରଣ ମାମଲାରେ ଦେଶରେ ପ୍ରଥମ ସ୍ଥାନରେ ରହିଛି ଓଡ଼ିଶା । ରାଜ୍ୟରେ ବର୍ଷକରେ ୧୪ ହଜାର ୮୯୧ ଜଣ ଅସଦାଚରଣର ଶିକାର ହୋଇଥିଲେ । ଅସଦାଚରଣରେ ଦ୍ବିତୀୟ ସ୍ଥାନରେ ରହିଛି ମହାରାଷ୍ଟ୍ର । ଏହି ରାଜ୍ୟରେ ଗତ ବର୍ଷ ୧୦ , ୫୭୮ ଜଣ ଅସଦାଚରଣର ଶିକାର ହୋଇଥିଲେ । ତୃତୀୟ ସ୍ଥାନରେ ରାଜସ୍ଥାନ । ଏହି ରାଜ୍ୟରେ ୯୦ ହଜାର ୭୦୩ ଜଣ ଶିକାର ହୋଇଛନ୍ତି ।
ପ୍ରତି ଦିନ ଦେଶରେ ୧୧୨୧ ଜଣ ମହିଳା ଅପରାଧର ଶିକାର ହେଉଛନ୍ତି । ରିପୋର୍ଟ କହୁଛି , ୩୫୬ ଦିନରେ ଆମ ରାଜ୍ୟରେ ୩୧ ,୩୫୨ ଜଣ ଅପରାଧର ଶିକାର ହୋଇଛନ୍ତି । ଯଦି ଆମ ପଡ଼ୋଶୀ ପଶ୍ଚିମବଙ୍ଗ କଥା ଦେଖିବା ଏଠାରେ ପ୍ରତି ୧ ଲକ୍ଷରେ ୭୪ଜ ମହିଳା ଅପରାଧର ଶିକାର ହେଉଛନ୍ତି । ଆନ୍ଧ୍ରରେ ୧ଲକ୍ଷରେ ୩୦ ଜଣ, ମଧ୍ୟପ୍ରଦେଶରେ ୧ଲକ୍ଷରେ ୭୪ଜଣ ଅବରାଧର ଶିକାର ହେଉଛନ୍ତି ।
ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇପାରନ୍ତି ଯେ NCRB report ଅନୁସାରେ ଓଡିଶା ବଳାତ୍କାର ଓ ଗଣବଳାତ୍କାର କ୍ଷେତ୍ରରେ ପୂରା ଦେଶରେ ୮ ନମ୍ବର ସ୍ଥାନରେ ରହିଥିବାବେଳେ ଅସଦାଚରଣ କ୍ଷେତ୍ରରେ ପ୍ରଥମ ସ୍ଥାନରେ ରହିଛି ।
ସରକାରୀ ତଥ୍ୟ କହୁଛି, ରାଜ୍ୟରେ ଗତ ୪ ବର୍ଷରେ ୫୬୬୮ଟି ମାମଲା ରୁଜୁ ହୋଇଛି । ଆସନ୍ତୁ ନଜର ପକାଇବା କେଉଁ ସ୍ଥାନରେ କେତୋଟି ମାମଲା ରୁଜୁ ହୋଇଛି ;
୨୦୨୦-୨୦୨୪ (ମହିଳାଙ୍କ ବିରୋଧରେ ଅପରାଧ)
ଭୁବନେଶ୍ବର: ୧୩୪୧
ସମ୍ବଲପୁର ୪୫୩
ନୂଆପଡ଼ା- ୩୧୦
ଭଦ୍ରକ-୨୪୦
ପୁରୀ: ୧୧୯
ବାଲେଶ୍ବର: ୮୧
ଅନୁଗୁଳ- ୧୦୭
ବରଗଡ଼: ୪୯
ତେବେ ଅସଦାଚରଣରେ ବାଲେଶ୍ବର ଷଷ୍ଠ ସ୍ଥାନରେ ଥିବା ଜଣାପଡ଼ିଛି । ସରକାର ବଦଳୁଛି, ହେଲେ କେବେ ବଦଳିବ ସମାଜର ଏ ବିକୃତ ଛବି ? କେବେ ମିଳିବ ଅପରାଧୀଙ୍କୁ ଦୃଷ୍ଟାନ୍ତମୂଳକ ଶାସ୍ତି? କେବେ ସୁନିଶ୍ଚିତ ହେବ ନାରୀର ସୁରକ୍ଷା ?