କାହିଁକି ଅବସର ନେଲେ ... ଅନେକ ଚର୍ଚ୍ଚା ପରେ ମୁହଁ ଖୋଲିଲେ ରବିଚନ୍ଦ୍ରନ୍ ଅଶ୍ବିନ

ମୁହଁ ଖୋଲିଲେ ଆର ଅଶ୍ବିନ, କହିଲେ ଅର୍ନ୍ତଜାତୀୟ କ୍ରିକେଟର ଅବସର ନେବାର କାରଣ । ଅଶ୍ବିନଙ୍କ ବୟାନ,କ୍ରିକେଟ ଖେଳିବାକୁ ଆହୁରି ଇଚ୍ଛା ଥିଲେ ବି ସନ୍ନ୍ୟାସ ନେବା ପାଇଁ ଇଏ ଥିଲା ଠିକ ସମୟ । ଚାପ ପଢ଼ିବା ପୂର୍ବରୁ ସମୟ ଥାଉ ଥାଉ ଅବସର ନେବା ଭଲ।

26aswini

କନକ ବ୍ୟୁରୋ: ୧୮ ଡିସେମ୍ୱର ୨୦୨୪ । ଅଷ୍ଟ୍ରେଲିଆର ଗାବାରୁ ଏକ ଏମିତି ଖବର ଆସିଲା, ଯାହା କ୍ରିକେଟପ୍ରେମୀଙ୍କୁ ଆଶ୍ଚର୍ୟ୍ୟ କରିଥିଲା । ଅନ୍ତର୍ଜାତୀୟ କ୍ରିକେଟରୁ ଇମୋସନାଲ ଅନ୍ଦାଜରେ ଅବସର ଘୋଷଣା କରିଥିଲେ ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନ । କାହିଁକି ଏକ ସିରିଜ ଅଧାରୁ ଅଶ୍ୱିନ ଅବସର ଘୋଷଣା କଲେ, ତାକୁ ନେଇ ପୂରା ଦେଶରେ ଚର୍ଚ୍ଚା ହେଲା । ଅଶ୍ୱିନଙ୍କ ଅବସରକୁ ନେଇ ଅନେକ ପ୍ରଶ୍ନ ବି ଉଠିଲା । ତେବେ ନିଜ ଅବସର ପଛର କାରଣ ଏବେ କହିଛନ୍ତି ନିଜେ ଅଶ୍ୱିନ । 

ଅଶ୍ବିନ କହିଛନ୍ତି, ମୋ ଭିତରେ ଦମ ଥିଲା, ମୁଁ ଆହୁରି କ୍ରିକେଟ ଖେଳିଥାନ୍ତି । ନିଜ ୟୁଟ୍ୟୁବ ଚ୍ୟାନେଲରେ ଅଶ୍ୱିନ କହିଛନ୍ତି, 'ଆପଣ ଭାବନ୍ତୁ, ମୁଁ ଏକ ଫେରୱେଲ ମ୍ୟାଚ ଖେଳିବାକୁ ଚାହୁଁଛି।  କିନ୍ତୁ,  ମୁଁ ଡିଜର୍ଭ କରୁନି, ମୋତେ ପରୋକ୍ଷରେ କୁହାଯାଉଛି ଲାଷ୍ଟ ମ୍ୟାଚ ଖେଳ ଅର୍ଥାତ ମୁଁ ମ୍ୟାଚ ଖେଳି ଅବସର ନେବି ହେଲେ ସେମିତି ମୁଁ ଚାହେଁନା ବୋଲି ଅଶ୍ବିନୀ କହିଥିଲେ । ମୋ ଭିତରେ ଦମ ଥିଲା, ମୁଁ ଆହୁରି କ୍ରିକେଟ ଖେଳିଥାନ୍ତି' । ଅଶ୍ୱିନଙ୍କ କିଛି ଏମିତି ପ୍ରତିକ୍ରିୟା ତାଙ୍କ ଅବସରକୁ ନେଇ ପୁଣି ଅନେକ ପ୍ରଶ୍ନ ଛିଡା କରିଛି । ଅନ୍ତଃଜାତିୟ କ୍ରିକେଟରୁ ସମସ୍ତ ଫରମାର୍ଟରୁ ଅବସର ନେବା ପରେ ଅଶ୍ବିନୀଙ୍କୁ କେବଳ ଆଇପିଏଲରେ ଦେଖିବାକୁ ମିଳିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe