ଇଡିରେ ହାଜର ହେଲେ କ୍ରିକେଟର ରବିନ ଉଥାପ୍ପା : ଅବୈଧ ବେଟିଂ ଆପ୍ ଓ ମନି ଲଣ୍ଡରିଂ ମାମଲାରେ ଚାଲିଛି ପଚରାଉଚରା

ଅବୈଧ ବେଟିଂ ଆପ୍ ସହିତ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଉଥାପ୍ପାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଚରାଉଚରା କରୁଛି । ଏହି ମାମଲାଟି ୱାନ ଏକ୍ସ ବେଟ୍‌ ନାମକ ଏକ ଅନଲାଇନ୍ ପ୍ଲାଟଫର୍ମ ସହିତ ଜଡ଼ିତ ।

robin-uthappa

robin-uthappa Photograph: (Google)

କନକ ବ୍ୟୁରୋ : ଇଡିରେ ହାଜର ହେଲେ ପୂର୍ବତନ ଭାରତୀୟ କ୍ରିକେଟର ତଥା ଭାଷ୍ୟକାର ରବିନ ଉଥାପ୍ପା । ନୂଆଦିଲ୍ଲୀସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ମୁଖ୍ୟାଳୟରେ ହାଜର ହୋଇଛନ୍ତି ରବିନ ଉଥାପ୍ପା । ଅବୈଧ ବେଟିଂ ଆପ୍ ସହିତ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଉଥାପ୍ପାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଚରାଉଚରା କରୁଛି । ଏହି ମାମଲାଟି ୱାନ ଏକ୍ସ ବେଟ୍‌ ନାମକ ଏକ ଅନଲାଇନ୍ ପ୍ଲାଟଫର୍ମ ସହିତ ଜଡ଼ିତ । ଯାହା ବେଆଇନ ବେଟିଂ କାର୍ଯ୍ୟରେ ଜଡ଼ିତ ବୋଲି ଜଣାପଡ଼ିଛି । କର୍ତ୍ତୃପକ୍ଷ ଏହାର ସମ୍ଭାବ୍ୟ ପ୍ରମୋସନାଲ୍ କିମ୍ବା ସହଭାଗିତା ସମ୍ପର୍କ ଉପରେ ତଦନ୍ତ ଆରମ୍ଭ କରିଛନ୍ତି । ଇଡି ସକାଳ ୧୧ଟାରେ ଉଥାପ୍ପାଙ୍କୁ ଇଡି ମୁଖ୍ୟାଳୟରେ ହାଜର ହେବାକୁ ସମନ କରିଥିଲା । ତାଙ୍କର ବୟାନ ରେକର୍ଡ କରାଯିବ ଓ ପ୍ରମୋସନ ଏବଂ ଅନୁମୋଦନ ମାଧ୍ୟମରେ ଆପ୍ ସହିତ ତାଙ୍କର ଲିଙ୍କ୍ ନିଶ୍ଚିତ କରାଯାଇପାରିବ । ପଚରାଉଚରା ସମୟରେ ଇଡି ଜାଣିବାକୁ ଚାହୁଛି ଯେ ଏହି ଆପରେ କ୍ରିକେଟରମାନଙ୍କର କ'ଣ ଭୂମିକା କିମ୍ବା କ'ଣ ସମ୍ପର୍କ ରହିଛି । ଏହି ବେଟିଂ ଆପ୍‌ର ପ୍ରଚାରରେ ଉଥାପ୍ପା ତାଙ୍କ ଛବି ବା ଭାବମୂର୍ତ୍ତି ବ୍ୟବହାର କରିଥିଲେ କି ନାହିଁ ଏବଂ ବଦଳରେ କୌଣସି ଦେୟ ନେଇଥିଲେ କି ନାହିଁ ତାହା ଇଡି ତଦନ୍ତ କରୁଛି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe