କନକ ବ୍ୟୁରୋ:ଭାରତୀୟ କ୍ରିକେଟର ରିଙ୍କୁ ସିଂଙ୍କ ପିତା ଖାନଚନ୍ଦ୍ର ସିଂହଙ୍କର ଦେହାନ୍ତ ଘଟିଛି । ସେ ଗ୍ରେଟର ନୋଏଡା ଅବସ୍ଥିତ ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ନେଇଥିଲେ । ଦୀର୍ଘଦିନ ଧରି ସେ ଷ୍ଟେଜ-୪ ଲିଭର କ୍ୟାନ୍ସରରେ ପୀଡ଼ିତ ଥିଲେ ଏବଂ  କିଛି ସମୟ ଧରି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗୁରୁତର ରହିଥିଲା। ଅଚାନକ ଅବସ୍ଥା ଅଧିକ ଖରାପ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Advertisment

ପିତାଙ୍କ ଗୁରୁତର ଅବସ୍ଥା ସମ୍ବନ୍ଧୀୟ ସୂଚନା ମିଳିବା ସହିତ ରିଙ୍କୁ ସିଂଙ୍କୁ ଟିମ୍ ଇଣ୍ଡିଆ ଶିବିର ଛାଡ଼ି ତୁରନ୍ତ ଘରକୁ ଫେରିବାକୁ ପଡ଼ିଥିଲା । ଟି-୨୦ ବିଶ୍ୱକପ୍ ସମୟରେ ଚେନ୍ନାଇରେ ଆୟୋଜିତ ଏକ ମ୍ୟାଚର ଅଭ୍ୟାସ ପାଇଁ ସେ ଯୋଗ ଦେଇପାରିନଥିଲେ, ଯେତେବେଳେ ଅନ୍ୟ ଖେଳାଳିମାନେ ପ୍ରଶିକ୍ଷଣରେ ବ୍ୟସ୍ତ ଥିଲେ ।  ପରେ ସ୍ପଷ୍ଟ ହୋଇଥିଲା ଯେ ପିତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟଜନକ ଥିବାରୁ ସେ  ଫେରିଆସିଥିଲେ ।

ଆହୁରି ପଢ଼ନ୍ତୁ:ବହୁଚର୍ଚ୍ଚିତ ନିକିତା ହତ୍ୟା ମାମଲାରେ ଆସିଲା ରାୟ , ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ

ଏକ ପ୍ରେସ୍ ସମ୍ମେଳନୀରେ ତାଙ୍କ ବ୍ୟାଟିଂ କୋଚ୍ ସିତାଶୁଂ କୋଟାକ ପ୍ରେସ୍ ସମ୍ମେଳନୀରେ କହିଥିଲେ ଯେ ରିଙ୍କୁ ସିଂ ପିତାଙ୍କ ଅସୁସ୍ଥତା କାରଣରେ ଘରକୁ ଯାଇଛନ୍ତି ଏବଂ ସେ ଶୀଘ୍ର ଦଳ ସହ ଯୋଗ ଦେବେ ବୋଲି ଆଶା କରାଯାଉଛି । କିନ୍ତୁ ବର୍ତ୍ତମାନ ପିତାଙ୍କ ଦେହାନ୍ତ ପରେ ସେ ବିଶ୍ୱକପ୍‌ର ଆଗାମୀ ମ୍ୟାଚ୍‌ଗୁଡ଼ିକରେ ଖେଳିପାରିବେ କି ନାହିଁ, ସେନେଇ କୌଣସି ସୂଚନା ମିଳିନାହିଁ । ଦଳ ପକ୍ଷରୁ ଶୀଘ୍ର ଏକ ସ୍ପଷ୍ଟୀକରଣ ଆସିବାର ସମ୍ଭାବନା ରହିଛି ।