କନକ ବ୍ୟୁରୋ: ବାପା ହେଲେ କ୍ରିକେଟର ନୀତିଶ ରାଣା । ତାଙ୍କ ପତ୍ନୀ ସଚ୍ଚି ମାରୱାହ ଯାଆଁଳା ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଏନେଇ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ନୀତିଶ ରାଣା । ଏହାସହ ସେମାନେ ଦୁଇ ଯାଆଁଳା ଛୁଆଙ୍କ ହାତ ସେୟାର କରିଛନ୍ତି । ନୀତିଶ ଏବଂ ସଚ୍ଚି ୨୦୧୯ ଫେବୃଆରିରେ ବିବାହ କରିଥିଲେ । ସଚ୍ଚି ଜଣେ ଇଣ୍ଟେରିଅର ଡିଜାଇନର୍ ଓ ହାସ୍ୟ ଅଭିନେତା କୃଷ୍ଣା ଅଭିଷେକଙ୍କ ସମ୍ପର୍କୀୟ । ଏନେଇ ଖବର ଭାଇରାଲ ହେବା ପରେ ଅନେକ କ୍ରିକେଟର ନୀତିଶ ରାଣାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । 

Advertisment

୨୦୨୧ ମସିହାରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିବା ନୀତିଶ ରାଣା କେବଳ ଗୋଟିଏ ଦିନିକିଆ ଓ ୨ଟି ଟି-୨୦ ମ୍ୟାଚ ଖେଳିଛନ୍ତି । ସେ ଜୁଲାଇ ଶ୍ରୀଲଙ୍କା ବିପକ୍ଷରେ ୩ଟି ମ୍ୟାଚ ଖେଳିଥିଲେ । ସେ ଗୋଟିଏ ଦିନିକିଆରେ ୭ ରନ ଓ ୨ଟି ଟି-୨୦ରେ ୧୫ ରନ କରିଥିଲେ । ଏହାପରେ ସେ କୌଣସି ଅନ୍ତର୍ଜାତୀୟ ମ୍ୟାଚ ଖେଳି ନାହାନ୍ତି । ସେ ୫୪ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ୨,୯୫୪ ରନ ଏବଂ ୭୮ଟି ଲିଷ୍ଟ୍ ଏ ମ୍ୟାଚରେ ୨, ୨୮୧ ରନ କରିଛନ୍ତି । ଆଇପିଏଲରେ ସେ ୩ଟି ଭିନ୍ନ ଦଳ ପାଇଁ ମୋଟ୍ ୧୧୮ଟି ମ୍ୟାଚ ଖେଳିଛନ୍ତି ।

 ନୀତିଶ ୨୦୧୬ ମସିହାରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳି ତାଙ୍କର ଆଇପିଏଲ କ୍ୟାରିୟର ଆରମ୍ଭ କରିଥିଲେ । ମୁମ୍ବାଇ ପାଇଁ ୨ଟି ସିଜିନ୍ ଖେଳିବା ପରେ ସେ ୭ଟି ସିଜିନ କୋଲକାତା ପାଇଁ ଖେଳିଥିଲେ । ୨୦୨୫ ମେଗା ଅକ୍ସନ ପୂର୍ବରୁ କେକେଆର ତାଙ୍କୁ ରିଲିଜ୍ କରିଦେଇଥିଲା । ଏହାପରେ ରାଜସ୍ଥାନ ତାଙ୍କୁ ଦଳରେ ସାମିଲ କରିଥିଲା । ସେ ୨୦୨୫ ଆଇପିଏଲରେ ରାଜସ୍ଥାନ ପାଇଁ ୧୧ଟି ମ୍ୟାଚ ଖେଳି ୨୧୭ ରନ କରିଛନ୍ତି ।