ଏମିତି ଭାଇ ଜଗତେ ନାହିଁ: ଭଉଣୀକୁ ଭାଇର ଶ୍ରେଷ୍ଠ ଉପହାର, ଉପହାରରେ ଏସିଆ କପ୍‌ ଟ୍ରଫି ଭେଟି

Advertisment

କ୍ରିକେଟ ଜଗତରେ ଏବେ ଗୋଟିଏ ନାଁକୁ ନେଇ ଚର୍ଚ୍ଚା ସେ ହେଉଛନ୍ତି ଅଭିଷେକ ଶର୍ମା, ଏସିଆ କପ୍‌ରେ ଦମଦାର ପ୍ରଦର୍ଶନ ପରେ ଏବେ ଅଭିଷେକ ଭଉଣୀ କୋମଲଙ୍କ ବାହାଘରକୁ ନେଇ ଉତ୍ସାହିତ । ଅକ୍ଟୋବର ୩ରେ କୋମଲଙ୍କ ବାହାଘର, ଆଜି ଆଶୀର୍ବାଦ ଉତ୍ସବରେ ଅଭିଷେକ ମନ ଖୋଲିକି ନାଚିଛନ୍ତି 

କ୍ରିକେଟ ଜଗତରେ ଏବେ ଗୋଟିଏ ନାଁକୁ ନେଇ ଚର୍ଚ୍ଚା ସେ ହେଉଛନ୍ତି ଅଭିଷେକ ଶର୍ମା, ଏସିଆ କପ୍‌ରେ ଦମଦାର ପ୍ରଦର୍ଶନ ପରେ ଏବେ ଅଭିଷେକ ଭଉଣୀ କୋମଲଙ୍କ ବାହାଘରକୁ ନେଇ ଉତ୍ସାହିତ । ଅକ୍ଟୋବର ୩ରେ କୋମଲଙ୍କ ବାହାଘର, ଆଜି ଆଶୀର୍ବାଦ ଉତ୍ସବରେ ଅଭିଷେକ ମନ ଖୋଲିକି ନାଚିଛନ୍ତି 

Abhishek Sharma

କନକ ବ୍ୟୁରୋ: ଏମିତି ଭାଇ ଜଗତେ ନାହିଁ, ଆମେ କହୁଛୁ କ୍ରିକେଟର ଅଭିଷେକ ଶର୍ମାଙ୍କ କଥା । ଆପଣ ତ ଦେଖିଥିବେ ଆଇପିଏଲରେ ଅଭିଷେକ ଯେଉଁଠି ଖେଳନ୍ତି ଭଉଣୀ କୋମଲ ଷ୍ଟାଡ଼ିୟମରେ ଉପସ୍ଥିତ ରୁହନ୍ତି । ଭାଇର ପ୍ରତ୍ୟେକଟି ଛକା ଚୌକାରେ କୋମଲ ସେଲିବ୍ରେସନ୍‌ କରନ୍ତି, ଦୁଇ ଦିନ ପରେ ହାତକୁ ଦିହାତ ହେବେ କୋମଲ,ବାହାଘର ପୂର୍ବରୁ କୋମଲଙ୍କୁ ବଡ଼ ଉପହାର ଦେଇଛନ୍ତି ଅଭିଷେକ, କଣ ସେ ଉପହାର ଦେଖନ୍ତୁ ଏ ରିପୋର୍ଟ

କ୍ରିକେଟ ଜଗତରେ ଏବେ ଗୋଟିଏ ନାଁକୁ ନେଇ ଚର୍ଚ୍ଚା ସେ ହେଉଛନ୍ତି ଅଭିଷେକ ଶର୍ମା, ଏସିଆ କପ୍‌ରେ ଦମଦାର ପ୍ରଦର୍ଶନ ପରେ ଏବେ ଅଭିଷେକ ଭଉଣୀ କୋମଲଙ୍କ ବାହାଘରକୁ ନେଇ ଉତ୍ସାହିତ । ଅକ୍ଟୋବର ୩ରେ କୋମଲଙ୍କ ବାହାଘର, ଆଜି ଆଶୀର୍ବାଦ ଉତ୍ସବରେ ଅଭିଷେକ ମନ ଖୋଲିକି ନାଚିଛନ୍ତି । ଏବେ ଜାଣନ୍ତୁ ଅସଲ କାହାଣୀ । 

ଅଭିଷେକ ଶର୍ମାଙ୍କ ଭଉଣୀ କୋମଲ ମଧ୍ୟ ଏସିଆ କପ୍ ୨୦୨୫ ରେ ଭାଇ ଭଲ ପ୍ରଦର୍ଶନ କରିଥିବାରୁ ଖୁସି ପ୍ରକାଶ କରିଛନ୍ତି । କୋମଲ କହିଛନ୍ତି, ଗର୍ବର ବିଷୟ ମୋ ଭାଇ ଅଭିଷେକ ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ଜିତିଛି । ଆମେ ଟ୍ରଫି ଘରକୁ ଆଣିଛୁ, ଏବଂ ଆମେ ସମସ୍ତେ ବହୁତ ଖୁସି । ମୁଁ ମୋ ବିବାହ ପୂର୍ବରୁ ମୋ ଭାଇଠାରୁ ଏହି ଉପହାର ଚାହୁଥିଲି ବୋଲି କୋମଲ କହିଛନ୍ତି । ପିତା ରାଜ କୁମାର ଏବଂ ମାଆ ମଞ୍ଜୁ ଶର୍ମା କହିଛନ୍ତି, ଭଉଣୀ କୋମଲଙ୍କ ସ୍ୱପ୍ନକୁ ମଧ୍ୟ ପୂରଣ କରିଛି ଅଭିଷେକ । କୋମଲ ଲୁଧିଆନାର ବ୍ୟବସାୟୀ ଓବେରୟ ପରିବାରର ଲାଭିଶ ଓବେରୟଙ୍କ ସହ ଅମୃତସରର ଫାଷ୍ଟନ ପ୍ୟାଲେସରେ ବିବାହ କରିବେ । ଅଭିଷେକ କହିଛନ୍ତି, ଭଉଣୀ କୋମଲ ତାଙ୍କ ପାଇଁ ବହୁତ ଭାଗ୍ୟବାନ, ସେ ଯେଉଁଠାକୁ ମ୍ୟାଚ୍ ଖେଳିବାକୁ ଯାଉଥିଲେ, ସେ ତାଙ୍କର ଛାଇ ହୋଇ ସେଠାରେ ପହଞ୍ଚିଯାଉଥିଲେ ଏବଂ ତାଙ୍କ ମୁହଁ ଦେଖିଲେ ମତେ ଶକ୍ତି ମିଳେ । ଏସିଆ କପରେ, ମୋ ଭଉଣୀ କୋମଲ ମୋତେ ବିବାହ ଉପହାର ଭାବରେ ଏସିଆ କପ୍ ମାଗିଥିଲେ ଏବଂ ମୁଁ ତାଙ୍କ ଇଚ୍ଛା ପୂରଣ କରିଛି। ବିବାହ ପରେ ମଧ୍ୟ, ଆମର ଭାଇ-ଭଉଣୀଙ୍କ ଭଲ ପାଇବା ସମାନ ରହିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe