କନକ ବ୍ୟୁରୋ: ଏମିତି ଭାଇ ଜଗତେ ନାହିଁ, ଆମେ କହୁଛୁ କ୍ରିକେଟର ଅଭିଷେକ ଶର୍ମାଙ୍କ କଥା । ଆପଣ ତ ଦେଖିଥିବେ ଆଇପିଏଲରେ ଅଭିଷେକ ଯେଉଁଠି ଖେଳନ୍ତି ଭଉଣୀ କୋମଲ ଷ୍ଟାଡ଼ିୟମରେ ଉପସ୍ଥିତ ରୁହନ୍ତି । ଭାଇର ପ୍ରତ୍ୟେକଟି ଛକା ଚୌକାରେ କୋମଲ ସେଲିବ୍ରେସନ୍ କରନ୍ତି, ଦୁଇ ଦିନ ପରେ ହାତକୁ ଦିହାତ ହେବେ କୋମଲ,ବାହାଘର ପୂର୍ବରୁ କୋମଲଙ୍କୁ ବଡ଼ ଉପହାର ଦେଇଛନ୍ତି ଅଭିଷେକ, କଣ ସେ ଉପହାର ଦେଖନ୍ତୁ ଏ ରିପୋର୍ଟ
କ୍ରିକେଟ ଜଗତରେ ଏବେ ଗୋଟିଏ ନାଁକୁ ନେଇ ଚର୍ଚ୍ଚା ସେ ହେଉଛନ୍ତି ଅଭିଷେକ ଶର୍ମା, ଏସିଆ କପ୍ରେ ଦମଦାର ପ୍ରଦର୍ଶନ ପରେ ଏବେ ଅଭିଷେକ ଭଉଣୀ କୋମଲଙ୍କ ବାହାଘରକୁ ନେଇ ଉତ୍ସାହିତ । ଅକ୍ଟୋବର ୩ରେ କୋମଲଙ୍କ ବାହାଘର, ଆଜି ଆଶୀର୍ବାଦ ଉତ୍ସବରେ ଅଭିଷେକ ମନ ଖୋଲିକି ନାଚିଛନ୍ତି । ଏବେ ଜାଣନ୍ତୁ ଅସଲ କାହାଣୀ ।
ଅଭିଷେକ ଶର୍ମାଙ୍କ ଭଉଣୀ କୋମଲ ମଧ୍ୟ ଏସିଆ କପ୍ ୨୦୨୫ ରେ ଭାଇ ଭଲ ପ୍ରଦର୍ଶନ କରିଥିବାରୁ ଖୁସି ପ୍ରକାଶ କରିଛନ୍ତି । କୋମଲ କହିଛନ୍ତି, ଗର୍ବର ବିଷୟ ମୋ ଭାଇ ଅଭିଷେକ ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ଜିତିଛି । ଆମେ ଟ୍ରଫି ଘରକୁ ଆଣିଛୁ, ଏବଂ ଆମେ ସମସ୍ତେ ବହୁତ ଖୁସି । ମୁଁ ମୋ ବିବାହ ପୂର୍ବରୁ ମୋ ଭାଇଠାରୁ ଏହି ଉପହାର ଚାହୁଥିଲି ବୋଲି କୋମଲ କହିଛନ୍ତି । ପିତା ରାଜ କୁମାର ଏବଂ ମାଆ ମଞ୍ଜୁ ଶର୍ମା କହିଛନ୍ତି, ଭଉଣୀ କୋମଲଙ୍କ ସ୍ୱପ୍ନକୁ ମଧ୍ୟ ପୂରଣ କରିଛି ଅଭିଷେକ । କୋମଲ ଲୁଧିଆନାର ବ୍ୟବସାୟୀ ଓବେରୟ ପରିବାରର ଲାଭିଶ ଓବେରୟଙ୍କ ସହ ଅମୃତସରର ଫାଷ୍ଟନ ପ୍ୟାଲେସରେ ବିବାହ କରିବେ । ଅଭିଷେକ କହିଛନ୍ତି, ଭଉଣୀ କୋମଲ ତାଙ୍କ ପାଇଁ ବହୁତ ଭାଗ୍ୟବାନ, ସେ ଯେଉଁଠାକୁ ମ୍ୟାଚ୍ ଖେଳିବାକୁ ଯାଉଥିଲେ, ସେ ତାଙ୍କର ଛାଇ ହୋଇ ସେଠାରେ ପହଞ୍ଚିଯାଉଥିଲେ ଏବଂ ତାଙ୍କ ମୁହଁ ଦେଖିଲେ ମତେ ଶକ୍ତି ମିଳେ । ଏସିଆ କପରେ, ମୋ ଭଉଣୀ କୋମଲ ମୋତେ ବିବାହ ଉପହାର ଭାବରେ ଏସିଆ କପ୍ ମାଗିଥିଲେ ଏବଂ ମୁଁ ତାଙ୍କ ଇଚ୍ଛା ପୂରଣ କରିଛି। ବିବାହ ପରେ ମଧ୍ୟ, ଆମର ଭାଇ-ଭଉଣୀଙ୍କ ଭଲ ପାଇବା ସମାନ ରହିବ ।