କନକ ବ୍ୟୁରୋ : ଆସନ୍ତା ଫେବୃୟାରୀ ୯ ତାରିଖରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିତୀୟ ଦିନିକିଆ ମ୍ୟାଚ । ଏଥିପାଇଁ ଗତକାଲିରୁ ଟିକେଟ ବିକ୍ରି ଆରମ୍ଭ ହୋଇଛି । ଗତକାଲି ପ୍ରଥମେ ଅନଲାଇନରେ ୪ ହଜାର ଟିକେଟ ବିକ୍ରି କରାଯାଇଛି । ଆଜି ଏବଂ ଆସନ୍ତାକାଲି ଓସିଏ ଅନୁବନ୍ଧିତ ସଂସ୍ଥା ମାନଙ୍କୁ ୯ ହଜାର ଟିକେଟ ଦିଆଯିବ । ଆଉ ଆସନ୍ତା ୫ ଏବଂ ୬ ତାରିଖରେ ଅଫଲାଇନରେ ସାଧାରଣ ଦର୍ଶକ ମାନଙ୍କ ପାଇଁ କାଉଣ୍ଟରରେ ଟିକେଟ ବିକ୍ରି କରାଯିବ।
ଇଣ୍ଡିଆ ଇଂଲଣ୍ଡ ଦିନକିଆ ଦେଖିବା ପାଇଁ ଦର୍ଶକ ପାଇଁ ନାହିଁ ନଥିବା ଉତ୍ସାହ । କାରଣ ଦୀର୍ଘ ଦିନ ପରେ ବାରବାଟୀକୁ ଫେରିବ କ୍ରିକେଟ । ତେଣୁ ଫ୍ୟାନସ ଷ୍ଟାଡିୟମରେ ବସି ମ୍ୟାଚ ଦେଖିବାକୁ ମିସ୍ କରିବାକୁ ଚାହୁଁନାହାଁନତି । କିନ୍ତୁ ଉତ୍ସାହ ଭିତରେ ଦର୍ଶକ ଟିକେ ନିରାଶ ବି ହୋଇଛନ୍ତି । କାରଣ ଗତକାଲି ଅନଲାଇନରେ ଟିକେଟ ମାତ୍ର ଅଧଘଣ୍ଟା ଭିତରେ ଶେଷ ହୋଇଗଲା । ଯାହାକୁ ନେଇ କ୍ରିକେଟ ପ୍ରେମୀ ଖପ୍ପା । ଯେଉଁମାନେ ଅନଲାଇନରେ ଟିକେଟ ପାଇଁ ନାହାନ୍ତି ସେମାନେ ଆସନ୍ତା ୫ ଏବଂ ୬ ତାରିଖରେ ଅଫଲାଇନରେ ଟିକେଟ କିଣିବା ପାଇଁ ଆଶା ରଖିଛନ୍ତି କ୍ରିକେଟପ୍ରେମୀ ।
ଆଜି ଏବଂ ଆସନ୍ତାକାଲି ଦୁଇଦିନ ଓସିଏ ଅନୁବନ୍ଧିତ ସଂସ୍ଥା ମାନଙ୍କ ପାଇଁ ଅଫଲାଇନ ଜରିଆରେ ଟିକେଟ ଦିଆଯିବାର ବ୍ୟବସ୍ଥା ହୋଇଛି । ଟିକେଟ ନେବା ପାଇଁ ବିଭିନ୍ନ ଜିଲ୍ଲାରୁ ଓସିଏ ସହିତ ଜଡିତ ସଂସ୍ଥା ମାନେ ଆସୁଛନ୍ତି । ଟିକେଟ ନେଇ ବେଶ୍ ଖୁସି ମଧ୍ୟ ଅଛି । ବହୁତ ଦିନ ପରେ ମ୍ୟାଚ ଦେଖିବୁ, ଆମେ ଆଗୁଆ ଟିକେଟ ପାଇଥିବାରୁ ବେଶ ଖୁସି ବୋଲି କହିଛନ୍ତି ଓସିଏ ଅନୁବନ୍ଧିତ ସଂସ୍ଥାର ସଦସ୍ୟ । ଅନଲାଇନ ଟିକେଟ ପାଇବାରୁ ଅନେକ ଫ୍ୟାନ ବଞ୍ଚିତ ହୋଇଛନ୍ତି । ତେଣୁ ଅଫଲାଇନ ଟିକେଟ ଉପରେ ଭରସା । ତେଣୁ ଓସିଏ ପାଇଁ ଏବେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ପାଲଟିଛି ବ୍ୟବସ୍ଥିତ ଭାବେ କେମିତି ଅଫଲାଇନ ଟିକେଟ ବିକ୍ରି କରାଯିବ । ଗହଳିକୁ କେମିତି ନିୟନ୍ତ୍ରଣ କରାଯିବ ସେନେଇ ସ୍ୱତନ୍ତ୍ର ପ୍ରସ୍ତୁତି କରିବାକୁ ପଡିବ ।