ଅନ୍ୟ ଜାତିରେ ବାହା ହେଲେ ବୋଲି ... ଶବକୁ ବି ଦେଲେନି କାନ୍ଧ; ଶବଦାହ କଲେ ଶ୍ମାଶାନ ବନ୍ଧୁ

Advertisment

ଆଦିବାସୀ ବହୁଳ ଅଞ୍ଚଳରେ ଏବେ ବି ବଞ୍ଚିଛି ଜାତିପ୍ରଥା । ଅନ୍ୟଜାତିରେ ବିବାହ କରିବାରୁ ମହିଳାଙ୍କ ମୃତଦେହକୁ ମିଳିଲାନି କାନ୍ଧ । ସୁନ୍ଦରଗଡ଼ରେ ଶବଦାହ କଲେ ଶ୍ମଶାନ ବନ୍ଧୁ ।

ଆଦିବାସୀ ବହୁଳ ଅଞ୍ଚଳରେ ଏବେ ବି ବଞ୍ଚିଛି ଜାତିପ୍ରଥା । ଅନ୍ୟଜାତିରେ ବିବାହ କରିବାରୁ ମହିଳାଙ୍କ ମୃତଦେହକୁ ମିଳିଲାନି କାନ୍ଧ । ସୁନ୍ଦରଗଡ଼ରେ ଶବଦାହ କଲେ ଶ୍ମଶାନ ବନ୍ଧୁ ।

IntercasteMarriage

IntercasteMarriage Photograph: (kanaknews)

କନକ ବ୍ୟୁରୋ: ଆଜିର ଆଧୁନିକ ଯୁଗରେ ବି ବଞ୍ଚି ରହିଛି ଜାତିଗତ ପ୍ରଥା । ସୁନ୍ଦରଗଡ ଭଳି ଆଦିବାସୀ ବହୁଳ ଜିଲ୍ଲାରେ ଜାତି ପ୍ରଥା ପାଇଁ ଲୋକମାନେ କଠୋର ହୋଇଯାଉଛନ୍ତି । ଅନ୍ତିମ ସମୟରେ ମଧ୍ୟ ପାଖରେ ଠିଆ ହେଉନାହାନ୍ତି । ମଣିଷ ପଣିଆକୁ ମଧ୍ୟ ମାରି ଦେଉଛନ୍ତି । ଜଣେ ମହିଳା ଅନ୍ୟ ଜାତିରେ ବିବାହ କରିଥିଲେ ବୋଲି ତାଙ୍କ ମୃତଦେହକୁ ମିଳିଲା ନାହିଁ କାନ୍ଧ । ଶବ ଛୁଇଁଲେ ନାହିଁ ସଂପର୍କୀୟ । ଶେଷରେ ଶ୍ମଶାନ ବନ୍ଧୁଙ୍କ ସହଯୋଗରେ ମାଆଙ୍କ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି ଦୁଇ ଝିଅ ।

ଜୁଇ ଜଳୁଛି। ହେଲେ ପାଖରେ ନାହାନ୍ତି ଜ୍ଞାତି କୁଟୁମ୍ବ । ଅଛନ୍ତି ୨ ଝିଅ ଓ ୪ ଶ୍ମଶାନ ବନ୍ଧୁ । ମାଆଙ୍କ ଅନ୍ତିମ ସଂସ୍କାର ପାଇଁ ସମସ୍ତଙ୍କୁ ଡ଼ାକିଲେ କିନ୍ତୁ କେହି ଆସିଲେନି । ନିରୂପାୟ ହୋଇ ଶ୍ମଶାନ ବନ୍ଧୁଙ୍କ ସହଯୋଗରେ ମାଆର ଶେଷକୃତ ସମ୍ପନ୍ନ କରଛନ୍ତି। ଏପରି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଟାଉନ ଥାନା ଅଞ୍ଚଳରେ। 

ସବିତା ନାଏକ । ପ୍ରଥମ ସ୍ୱାମୀଙ୍କୁ ଛାଡି ଅନ୍ୟ ଜାତିର ଜଣେ ବ୍ୟକ୍ତିଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ତେଣୁ ପ୍ରଥମ ସ୍ୱାମୀଙ୍କ ପରିବାରକୁ ଜାତିରୁ ବାସନ୍ଦ କରିଦିଆଯାଇଛି । କିଛିଦିନ ତଳେ ଦ୍ୱିତୀୟ ସ୍ୱାମୀ ତାଙ୍କୁ ମାଡ ମାରି କୁଆଡ଼େ ଫେରାର ହୋଇଯାଇଛନ୍ତି । ସବିତା ଗୁରୁତର ଅବସ୍ଥାରେ ପଡ଼ିରହିଥିଲେ । ଚେନ୍ନାଇରେ ରହୁଥିବା ତାଙ୍କ ଝିଅ ଆସି ମାଆଙ୍କୁ ବୁର୍ଲା ହସ୍ପିଟାଲରେ ଭର୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି। ଯେହେତୁ ଝିଅମାନଙ୍କୁ ଜାତିରୁ ବାସନ୍ଦ କରିଦିଆଯାଇଛି, ତେଣୁ ମାଆଙ୍କ ଅନ୍ତେଷ୍ଟିରେ କେହି ସାମିଲ ହେଲେ ନାହିଁ । ଏପରି ସ୍ଥିତିରେ ସେମାନଙ୍କ ପାଖରେ ଠିଆ ହୋଇଥିଲେ ସୁନ୍ଦରଗଡର ଶ୍ମଶାନ ବନ୍ଧୁ।

କେବଳ ସବିତା ନୁହେଁ ସୁନ୍ଦରଗଡ଼ରେ ଅନେକ ଏପରି ଜାତି ପ୍ରଥାର ଶିକାର ହେଉଛନ୍ତି। ଅନ୍ୟ ଜାତିରେ ବିବାହ ହେଲେ ଆଦିବାସୀ ସମାଜର ରୀତି ଅନୁସାରେ ଶୁଦ୍ଧି କରାଇ ଜାତିରେ ଗ୍ରହଣ କରାଯିବାର ବ୍ୟବସ୍ଥା ରହିଛି। ହେଲେ ଏବେ ତାହା ନକରାଯାଇ ସିଧା ବାସନ୍ଦ କରି ଦିଆଯାଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe