ପାରା ଅଲିମ୍ପିକ୍ସରେ ଚମକିଲେ ଭାରତୀୟ ଆଥଲେଟ ; ସୁଟିଂରେ ସ୍ୱର୍ଣ୍ଣ ଜିତିଲେ ଅବନୀ ଲଖେରା , ମୋନା ଅଗ୍ରୱାଲଙ୍କୁ ବ୍ରୋଞ୍ଜ୍ ।

ପାରା ଅଲିମ୍ପିକ୍ସରେ ଚମକିଲେ ଭାରତୀୟ ଆଥଲେଟ ; ସୁଟିଂରେ ସ୍ୱର୍ଣ୍ଣ ଜିତିଲେ ଅବନୀ ଲଖେରା । ମୋନା ଅଗ୍ରୱାଲଙ୍କୁ ବ୍ରୋଞ୍ଜ୍ । ୧୦ ମିଟର ଏୟାର ରାଇଫଲରେ ମନୀଷ ନରୱାଲଙ୍କୁ ରୌପ୍ୟ ପଦକ । ପ୍ରୀତି ପାଲଙ୍କୁ ୧୦୦ ମିଟର ମହିଳା ବର୍ଗରେ ମିଳିଲା ବ୍ରୋଞ୍ଜ ।

para olympics

କନକ ବ୍ୟୁରୋ : ପ୍ୟାରିସ୍‌ ପାରା ଅଲିମ୍ପିକ୍ସ ୨୦୨୪ର ଦ୍ୱିତୀୟ ଦିନରେ କମାଲ କରିଛନ୍ତି ଭାରତୀୟ ପାରା ଖେଳାଳି। ପ୍ରଥମେ ସୁଟିଂରେ ଭାରତକୁ ୩ଟି ପଦକ ମିଳିଥିଲା ବେଳେ ପାରା ଆଥେଲଟ୍‌ ପ୍ରୀତି ପଲ୍ ୧୦୦ ମିଟର ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ପୁରୁଷ ବିଭାଗ ୧୦ ମିଟର ଏୟାର ପିସ୍ତଲ ଏସ୍‌ଏଚ୍‌୧ରେ ରୌପ୍ୟ ପଦକ ଜିତିଛନ୍ତି ମନୀଷ ନରୱାଲ। ସେ ଟୋକିଓ ପାରାଲିମ୍ପିକ୍ସରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଥିଲେ। ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଙ୍ଗରେ ଅବନୀ ଲେଖରା ସ୍ୱର୍ଣ୍ଣ ପଦକ ହାତେଇଛନ୍ତି। ଅବନି ଲେଖାର ପାରାଲିମ୍ପିକ୍ସରେ ରେକର୍ଡକରିବା ସହିତ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଛନ୍ତି।

ଅବନୀ ଲେଖାର ୨୪୯.୭ ପଏଣ୍ଟ ସହିତ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ କୋରିଆର ଲି ୨୪୬.୮ ପଏଣ୍ଟ ପାଇ ରୌପ୍ୟ ପଦକ ଜିତିଛନ୍ତି। ସେହିପରି ମୋନା ଅଗ୍ରୱାଲ ୨୨୮ ପଏଣ୍ଟ ହାତେଇବା ସହିତ ବ୍ରୋଞ୍ଜ ପଦକ ଜିତିଛନ୍ତି। ଅବନି ଲେଖର କ୍ୱାଲିଫିକେଶନ୍‌ ରାଉଣ୍ଡରେ ଦ୍ୱିତୀୟ ସ୍ଥାନରେ ରହି ଫାଇନାଲ ରାଉଣ୍ଡରେ ପ୍ରବେଶ କରିଥିଲେ। ସେହିପରି ୫ମ ସ୍ଥାନରେ ରହି ଫାଇନାଲରେ ପ୍ରବେଶ କରିଥିଲେ ମୋନା। ଭାରତ ନାମରେ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ପଦକ ରହିଛି। ମୋଟ ୪ଟି ପ୍ୟାରିସ୍‌ ପାରାଲିମ୍ପିକ୍ସର ପଦକ ତାଲିକାରେ ୧୦ମ ସ୍ଥାନରେ ରହିଛି ଭାରତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe