କନକ ବ୍ୟୁରୋ : ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକରେ ଏକ ଟ୍ରେନ୍ ଲାଇନଚ୍ୟୁତ ହେବା ଯୋଗୁଁ ୨୨ ଜଣଙ୍କର ମୃତ୍ୟୁ ଘଟିଛି । ପୁଲିସ କହିଛି ଯେ ଏହି ଦୁର୍ଘଟଣାରେ ୩୦ ଜଣ ଆହତ ହୋଇଛନ୍ତି । ନିର୍ମାଣକାର୍ଯ୍ୟରେ ନିୟୋଜିତ କ୍ରେନ୍ ବଗିଉପରେ ଖସିପଡ଼ିବା ଯୋଗୁ ବ୍ୟାଙ୍କକ୍ ରୁ ଉତ୍ତର-ପୂର୍ବ ଥାଇଲାଣ୍ଡକୁ ଯାତ୍ରା କରୁଥିବା ଟ୍ରେନ୍‌ଟି ଲାଇନଚ୍ୟୁତ ହୋଇଥିବା ସମ୍ପର୍କରେ ନାଖୋନ୍ ରାଚାସିମା ପ୍ରଦେଶର ସ୍ଥାନୀୟ ପୁଲିସ ମୁଖ୍ୟ ଥାଚାପୋନ୍ ଚିନ୍ନାୱଙ୍ଗ କହିଛନ୍ତି । ବ୍ୟାଙ୍କକରୁ ୨୩୦ କିଲୋମିଟର ଉତ୍ତର-ପୂର୍ବରେ ନାଖୋନ ରାଚାସିମା ପ୍ରଦେଶର ଶିଖିଓ ଜିଲ୍ଲାରେ ବୁଧବାର ସକାଳେ ଏହି ଦୁର୍ଘଟଣା ଘଟିଛି । 

Advertisment

ଟ୍ରେନ୍ ଉବୋନ ରାଚାଥାନି ପ୍ରଦେଶକୁ ଯାଉଥିଲା । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏକ ହାଇ-ସ୍ପିଡ୍ ରେଳ ପ୍ରକଳ୍ପରେ କାମ କରୁଥିବା ଏକ କ୍ରେନ୍ ଖସି ପଡ଼ି ଅତିକ୍ରମ କରୁଥିବା ଟ୍ରେନ୍ ସହିତ ଧକ୍କା ହୋଇଥିଲା । ଯାହା ଫଳରେ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା ଏବଂ କିଛି ସମୟ ପାଇଁ ଏଥିରେ ନିଆଁ ଲାଗିଯାଇଥିଲା । ପୁଲିସ କହିଛି ଯେ, ନିଆଁ ଲିଭାଇ ଦିଆଯାଇଛି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି