କନକ ବ୍ୟୁରୋ : ପାଖେଇ ଆସିଲାଣି ଗଣେଶ ପୂଜା। ଛୋଟଛୋଟ ଶିକ୍ଷାନୁଷ୍ଠା ଠୁ ନେଇ ବଡବଡ କ୍ଲବ, ପୂଜା ମଣ୍ଡପ ସବୁଠି ପୂଜା ପାଇବେ ପ୍ରଭୂ ଗଜାନନ। ସେଥିପାଇଁ ଚଳଚଞ୍ଚଳ କଟକ ଜିଲ୍ଲାର ମୂର୍ତ୍ତୀ ପାଇଁ ପ୍ରସିଦ୍ଧି ଲାଭ କରିଥିବା ମାହାଳପଡା ଗାଁ। ହାତରେ ଆଉ ଅଳ୍ପ ଦିନ ଥିବାରୁ କାରିଗରଙ୍କୁ ବିଶ୍ରାମ ନାହିଁ। ଗାଁରେ ପ୍ରାୟ ସବୁ ପରିବାର ମୂର୍ତ୍ତୀ ପ୍ରସ୍ତୁତ କରିଥାନ୍ତି। ଛୋଟ ଛୋଟ ମୂର୍ତ୍ତୀ ଠୁ ନେଇ ବଡବଡ ମୂର୍ତ୍ତୀ ତିଆରି ହୋଇ କଟକ, ଭୂବନେଶ୍ବର, ଖୋର୍ଦ୍ଧା, ଢେଙ୍କାନାଳକୁ ଯାଇଥାଏ। ଏବେ ମୂର୍ତ୍ତୀରେ ଶେଷ ସ୍ପର୍ଶ ଦେଉଛନ୍ତି କାରିଗର। ମାଟି ମୂର୍ତ୍ତୀର ଅଧିକ ଚାହିଦା ଥିବାରୁ ଏ ବର୍ଷ ଭଲ ଦିପଇସା ରୋଜଗାର ହେବ ବୋଲି ଆଶା ରଖିଛନ୍ତି କାରିଗର।
ଆସନ୍ତା ୬ ତାରିଖରେ ଅଗ୍ରପୂଜ୍ୟଙ୍କ ପୂଜା । ମୂର୍ତ୍ତି ଗଢିବାରେ ବ୍ୟସ୍ତ କାରିଗର । ମୂର୍ତ୍ତି ତଆରି କରି ରୋଜଗାର ଆଶାରେ ମହାକାଳପଡା ଗ୍ରାମବାସୀ
Advertisment
Follow Us