କନକ ବ୍ୟୁରୋ: ମାଙ୍କିଡ଼ିଆ ଜନଜାତିଙ୍କ ଥଇଥାନ ପାଇଁ କୋଟି କୋଟି ଟଙ୍କା ବ୍ୟୟରେ କଲୋନି ନିର୍ମାଣ ଆରମ୍ଭ ହୋଇଥିଲା । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଗୃହ ପ୍ରବେଶ ପୂର୍ବରୁ ଫାଟିଲା କାନ୍ଥ । ଏହା କେତେବେଳେ ଯେ ଗଳିପଡ଼ିବ ତାକୁ ଭରସା ନାହିଁ । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ମାଙ୍କେଡ଼ିଆ ସମ୍ପ୍ରଦାୟ ।
ଏହା ବି ପଢ଼ନ୍ତୁ: କୋର୍ଟ ଆଗରେ ଗଡ଼ିଲା ମୁଣ୍ଡ, ପୂର୍ବ ଶତ୍ରୁତାରୁ ବୀଭତ୍ସ ହତ୍ୟାକାଣ୍ଡ
ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସୁକିନ୍ଦା ଖଣି ଅଞ୍ଚଳର ମାଙ୍କିଡ଼ିଆ ଜନଜାତିଙ୍କ ଥଇଥାନ ପାଇଁ ଖଣିଜ ପ୍ରତିଷ୍ଠାନ ପାଣ୍ଠି ଅନୁଦାନରେ ଗାଁସୋଳ ପଞ୍ଚାୟତ କୁସୁମୁଣ୍ଡିଆରେ ଆରମ୍ଭ ହୋଇଛି କଲୋନୀ ନିର୍ମାଣ । କାମ ଚାଲିଛି, କାନ୍ଥ ଫାଟିଗଲାଣି । ଏ ପୁଣି ଦ୍ବିତୀୟ ପର୍ଯ୍ୟାୟ ନିର୍ମାଣ । ପ୍ରଥମ ପର୍ଯ୍ୟାୟରେ ଯାଜପୁର-୧ ବିଭାଜନ ପକ୍ଷରୁ ୩ କୋଟି ୨୫ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ହୋଇଥିଲା । ୨୦୧୯ ଫେବ୍ରୁଆରିରୁ କାମ ଆରମ୍ଭ ହୋଇ ୨୦୨୦ ଫେବ୍ରୁଆରିରେ ସରିଥାନ୍ତା । ପକ୍କାଘର, ଶୌଚାଳୟ ଓ ପାନୀୟଜଳ ବ୍ୟବସ୍ଥା ଓ କଲୋନିରେ ଏକ ଗୋଷ୍ଠୀକେନ୍ଦ୍ର ନିର୍ମାଣ ପାଇଁ ଚୁକ୍ତି ହୋଇଥିଲା । ନିମ୍ନମାନର କାମ ପାଇଁ ଏକାଧିକ ଘର ଛାତ ତଳୁ କାନ୍ଥ ଫାଟିଗଲା । ଅଭିଯୋଗ ପରେ ବିଭାଗୀୟ କର୍ତ୍ତୃପକ୍ଷ ୭୯ଟି ଘର ମଧ୍ୟରୁ ୪ଟି ଘରକୁ ବୁଲ୍ଡୋଜର ଲଗାଇ ଭାଙ୍ଗିଦେଲେ । ଠିକାଦାରଙ୍କୁ କଳା ତାଲିକାଭୁକ୍ତ କରି କାର୍ଯ୍ୟାଦେଶ ବାତିଲ କରିଥିଲେ । ଦ୍ବିତୀୟ ପର୍ଯ୍ୟାୟରେ ବି ସମାନ ଅବସ୍ଥା ।
ଦ୍ବିତୀୟ ପର୍ଯ୍ୟାୟରେ କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ଆଉ ୨ କୋଟି ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିଲା । କିନ୍ତୁ ପ୍ରକଳ୍ପ ସ୍ଥଳରେ ଏ ସମ୍ପର୍କିତ ସୂଚନାଫଳକ ନାହିଁ । ୭୫ଟି ଘର ସହ ଆଉ ୧୨ଟି ନୂଆ ଘର ତିଆରି ହୋଇଛି । ଶୌଚାଳୟ ଓ ଗୋଷ୍ଠୀକେନ୍ଦ୍ର ନିର୍ମାଣ ଜାରି ରହିଛି । କିନ୍ତୁ ସଦ୍ୟ ରଙ୍ଗବୋଳା ଘର ଗୁଡ଼ିକର କାନ୍ଥରେ ଫାଟ କାର୍ଯ୍ୟର ସ୍ଥାୟିତ୍ବ ଉପରେ ପ୍ରଶ୍ନ ଉଠାଇଛି । ଅଧିକାଂଶ କାନ୍ଥରୁ ବାଲି ଝଡ଼ି ଯାଉଛି । ଏତେ ମାତ୍ରାର ଦୁର୍ନୀତିକୁ କେମିତି ସହୁଛନ୍ତି ବିଭାଗୀୟ ବାବୁ ଓ ସରକାର । ନା ଏଥିରେ ବାବୁଙ୍କର ବି ରହୁଛି ସମ୍ପୃକ୍ତି । ଏମିତି କାମ ଦେଖିଲା ପରେ ଏପରି ପ୍ରଶ୍ନ ଉଠିବା ସ୍ବାଭାବିକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2026/03/05/jajpur-wall-2026-03-05-22-09-58.png)