ବାଲେଶ୍ୱରରେ ସାବାଡ଼ ହେବେ ବାଲି ମାଫିଆ : ନଦୀ ପଠାକୁ ଲମ୍ୱିଥିବା ବେଆଇନ୍‌ ରାସ୍ତାକୁ ଖୋଳି ପକାଇଲା ଖଣି ବିଭାଗ

୩ଟି ବାଲି ସୈରାତର ୩ଟି ରାସ୍ତାକୁ ଜେସିବି ସାହାଯ୍ୟରେ ଖୋଳି ଦେଇଛି ଖଣି ବିଭାଗ । ସୈରାତରୁ ବେଆଇନ୍ ଭାବେ ବାଲି ଉତ୍ତୋଳନ କରାଯାଉଛି ।

ଅଦ୍ୟତନ ହୋଇଛି
Sand

Sand Photograph: (Kanak News)

କନକ ବ୍ୟୁରୋ : ସାବାଡ଼ ହେବେ ବାଲି ମାଫିଆ । ବାଲି ଚୋରା ଚାଲାଣ ପାଇଁ ଥିବା ଅସ୍ଥାୟୀ ରାସ୍ତାକୁ ଖୋଳିଦେଲା ପ୍ରଶାସନ । ବାଲେଶ୍ୱର ଜିଲ୍ଲା ସୁବର୍ଣ୍ଣରେଖା ନଦୀପଠାକୁ ବେଆଇନ ରାସ୍ତା ନିର୍ମାଣ କରି ବାଲି ପରିବହନ କରୁଥିଲେ ମାଫିଆ । ଏହାସହ ବେଆଇନ ଭାବରେ ଗଦା ହୋଇ ରହିଥିବା ଶହ ଶହ ଟ୍ରିପ୍ ବାଲିକୁ ଜବତ କରିଛନ୍ତି ପ୍ରାଶାସନିକ ଅଧିକାରୀ । ୩ଟି ବାଲି ସୈରାତର ୩ଟି ରାସ୍ତାକୁ ଜେସିବି ସାହାଯ୍ୟରେ ଖୋଳି ଦେଇଛି ଖଣି ବିଭାଗ । ସୈରାତରୁ ବେଆଇନ୍ ଭାବେ ବାଲି ଉତ୍ତୋଳନ କରାଯାଉଛି । ରାସ୍ତା କରି ଜଳପଥ ଅବରୋଧ କରୁଥିବାରୁ ନଦୀର ଗତିପଥ ବଦଳି ଗାଁ ମୁହାଁ ହେଉଛି । ଏନେଇ ନଈକୂଳିଆ ଗାଁ ପ୍ରତି ବିପଦ ସୃଷ୍ଟି କରୁଛି । ସ୍ଥାନୀୟ ଲୋକ ବାରମ୍ବାର ଅଭିଯୋଗ କରିବା ପରେ ଆଜି ମାଜିଷ୍ଟ୍ରେଟ୍ ଦାୟିତ୍ଵ ଥିବା ବସ୍ତା ତହସିଲଦାର ସୁଶାନ୍ତ ପଟ୍ଟନାୟକ, ବାଲେଶ୍ବର ଖଣି ବିଭାଗ ଅଧିକାରୀ ସନ୍ତୋଷୀପ୍ରଭା ସେଠୀ, ବସ୍ତା ଏସଡିପିଓ ମାନସ ଦେଓ ଏବଂ ଜଳେଶ୍ଵର ଜୁନିୟର ଖଣି ଅଧିକାରୀମାନେ ଉପସ୍ଥିତିରେ ରାସ୍ତା ଖୋଳି ଦିଆଯାଇଛି । ବସ୍ତା ବ୍ଲକ ଅଧୀନରେ ଥିବା କାଦରାୟାଁ, ଧିତିପୁରା ଖାଦାନରୁ ବାଲି ଉତ୍ତୋଳନ କରି ମାଫିଆମାନେ ଜଳେଶ୍ବର ବ୍ଲକର ଏକତାଳି ଦେଇ ଯିବାଆସିବା କରିଥା’ନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe