କନକ ବ୍ୟୁରୋ : ଚଢାଉ ପରେ ଜବତ ଗୁଟଖା ପୋଡିଲେ ଅଧିକାରୀ । ଓଡିଶାରେ ୪୨ ପ୍ରତିଶତ ଯୁବକ ଗୁଟଖା ଓ ତମାଖୁ ସେବନ କରନ୍ତି, ଯାହା ଜାତୀୟ ହାର ଠାରୁ ଦୁଇ ଗୁଣ ଅଧିକ । ତେଣୁ, ନିକଟରେ ଗୁଟଖା ଓ ପାନ ମସାଲାକୁ ସମ୍ପୁର୍ଣ୍ଣ ଭାବେ ବ୍ୟାନ ପରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ନିରନ୍ତର ଚଢାଉ ଜାରି ରହିଛି । ଆଜି ମାଲକାନଗିରି ଜିଲ୍ଲା ସଦର ମହକୁମାର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଓ ଗୋଦାମରେ ଚଢାଉ କରି ପ୍ରାୟ ୨୦ ବସ୍ତା ବେଆଇନ୍ ଗୁଟଖା ଜବତ କରିଛି ସ୍ୱତନ୍ତ୍ର ସ୍କ୍ୱାଡ୍ ।
ଫୁଡ୍ ସେଫଟି ଅଫିସର, ପୌର ଅଧିକାରୀ, ଅବକାରୀ ଓ ପୁଲିସ ପକ୍ଷରୁ ଏକ ଟିମ ଗଠନ କରାଯାଇ ମାଲକାନଗିରି ବସଷ୍ଟାଣ୍ଡ ଓ ସୁବାଷ ଛକ ଆଦି ସ୍ଥାନରେ ଚଢାଉ କରି ୨ ଲକ୍ଷରୁ ଅଧିକ ଟଙ୍କାର ଗୁଟଖା ଜବତ କରି ସେଗୁଡିକୁ ଡମ୍ପ ୱାର୍ଡରେ ପୋଡି ନଷ୍ଟ କରି ଦିଆଯାଇଛି । ସେପଟେ ଓଡିଶାକୁ ତମ୍ବାକୁ ମୁକ୍ତ କରିବା ଲାଗି ଏପରି କଠୋର କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି କହିଛନ୍ତି ଅଧିକାରୀ । WHO ର ରିପୋର୍ଟ ଅନୁଯାଇ ତମ୍ବାକୁ ସେବନରେ ଜାତୀୟ ହାରଠୁ ବେଶ ଆଗୁଆ ଓଡିଶା । GATS ସର୍ଭେ ଅନୁଯାଇ ରାଜ୍ୟରେ ୪୨ ପ୍ରତିଶତ ଯୁବକ ଧୂଆଁ ବିହୀନ ତମାଖୁ ପଦାର୍ଥ ଖାଆନ୍ତି । ଧୂଆଁ ବିହୀନ ତମ୍ବାକୁ ହେଉଛି ଗୁଟଖା, ପାନ ମସାଲା, ଜର୍ଦା, ଖଇନି ଆଦି ସେବନ କରନ୍ତି ।
ଅଧିକ ପଢନ୍ତୁ : ବିମାନର ମିଳିଲା ବ୍ଲାକ୍ ବକ୍ସ; ଜଣାପଡ଼ିବ ଦୁର୍ଘଟଣାର ଅସଲ କାରଣ
ଜାତୀୟ ହାର ଠାରୁ ଦୁଇ ଗୁଣ ଅଧିକ ଓଡିଶାରେ ତମ୍ବାକୁ ସେବନ ହାର ଗଂଜାମ ଓ ଭୁବନେଶ୍ୱରରେ ଅଧିକ ପାନମସାଲା , ଜର୍ଦା ସେବନ କରନ୍ତି ଲୋକେ । ଆଦିବାସୀ ବହୁଳ ଜିଲ୍ଲା ମାନଙ୍କରେ ୭୨ ପ୍ରତିଶତ ବୟସ୍କ ତମାଖୁ ଜାତୀୟ ଦ୍ରବ୍ୟ ସେବନ କରନ୍ତି । ୨୦୧୩ ପୁରୁଣା ଆଇନରେ ସଂଶୋଧନ କରି ଜାନୁଆରୀ ୨୧ରେ ନୂଆ ଆଇନ ଲାଗୁ କରିଛନ୍ତି ସରକାର । ପୁର୍ବରୁ ଆଇନର ଗଳାବାଟ ଦେଇ ପାନ ମସାଲା ଅଲଗା ଏବଂ ଜର୍ଦା କରି ବିକ୍ରି କରୁଥିଲା ବ୍ୟବସାୟୀ । ନୁଆ ଆଇନରେ ପାନମସାଲା, ଜର୍ଦା, ପ୍ରସ୍ତୁତି, ବିକ୍ରୀ ଓ ଗଚ୍ଛିତ ରଖିବା ଉପରେ ରୋକ ଲଗାଯାଇଛି । ଧୂଆଁ ବିହୀନ ତମାଖୁ, ଜର୍ଦା, ଖଇନି, ପାନ ମସାଲାର ସେବନ ଦ୍ୱାରା ଓରାଲ ହେଲ୍ଥ ଉପରେ ବ୍ୟାପକ ପ୍ରଭାବ ପଡିଥାଏ । ମୁଖ କ୍ୟାନ୍ସର ସହ ଓଏସେଫାଗସ, ଷ୍ଟୋମାକ୍, ପାନକ୍ରିୟାଜ, ଥ୍ରୋଟ ଏବଂ ରେନାଲ କ୍ୟାନ୍ସର ହେବାର ସମ୍ଭାବନା ଥାଏ । ସୁପ୍ରିମ କୋର୍ଟର କଡା ନିର୍ଦେଶ ପରେ ଏହି ସବୁ ଆଇନକୁ କଡାକଡି ଭାବେ ଲାଗୁ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/29/a8-2026-01-29-18-52-50.jpg)