କନକ ବ୍ୟୁରୋ: ଏବେ ଆଉ କେବଳ ସହର ନୁହେଁ ଗାଁ ଗାଁରେ ଚାଲିଛି ନିଶା କାରବାର । ପଥଭ୍ରଷ୍ଟ ହେଉଛନ୍ତି ଯୁବପିଢ଼ି । ରାଜ୍ୟରେ ଅପରେସନ୍‌ ପ୍ରହାର ଜରିଆରେ ଧରା ପଡ଼ୁଛନ୍ତି ନିଶା ବେପାରୀ । ନିଶା କାରବାର ଉପରେ କଡ଼ା ନଜର ରଖିଛନ୍ତି ପୁଲିସ ଓ ଅବକାରୀ ବିଭାଗ । ପ୍ରତିଦିନ କେଉଁଠି ନା କେଉଁଠି ଚଢ଼ାଉ ହେଉଛି । ଆଉ ମାଫିଆଙ୍କୁ ବାନ୍ଧୁଛି । ଜଗତସିଂହପୁରରୁ ଝାରସୁଗୁଡ଼ା, କଟକରୁ ବାଲେଶ୍ୱର ସବୁଆଡ଼େ ବୁଢ଼ିଆଣୀ ଜାଲ ବିଛାଇଛନ୍ତି ନିଶା ମାଫିଆ । ଆଉ ସେମାନଙ୍କୁ ଧରିବା ରେଡ୍ କରୁଛି ପୁଲିସ ।

Advertisment

ସେପଟେ ଦରକାର ନାହିଁ ଘର କି ଦୋକାନ । ଖୋଲା ପଡ଼ିଆ, ଖଣ୍ଡେ ବାଇକ୍ ହେଲେ ଗଢ଼ିହେବ ନିଶାଦ୍ରବ୍ୟ ସାମ୍ରାଜ୍ୟ । ଖୋଲାମେଲାରେ ଚାଲେ ବେପାର । ଭାଇନା ‘ଚିଟି’ଟେ ଦେଉନ କହିଲା ମାତ୍ରେ ହାତମୁଠାରେ ମାଲ୍‌ ଗୁଞ୍ଜି ଛୁ’। ବ୍ରହ୍ମପୁର ସହରରେ ଏମିତି ଚାଲିଛି ଧଳାଜହର ବେପାର । ପୁଲିସ, ଅବକାରୀ ବିଭାଗ ଯେତିକି ପାଦ ଆଗକୁ ବଢ଼ୁଛନ୍ତି, ଏ ସାମ୍ରାଜ୍ୟ ସେତିକି ବଡ଼ ହୋଇ ଚାଲିଛି । ଯାହା ଧୀରେଧୀରେ ପୂରା ଗଞ୍ଜାମ ଜିଲ୍ଲାକୁ କବ୍‌ଜା କରିବାକୁ ବସିଛି । ସହରରେ ଛାଇ ଯାଇଛି ବ୍ରାଉନସୁଗାର ବେପାରର ସିଣ୍ଡିକେଟ୍‌  । 

କେମିତି ହୁଏ ବେପାର?

ଖୋର୍ଦ୍ଧାରୁ ସଡ଼କ ଓ ରେଳପଥରେ ମାଲ୍‌ ଆସୁଛି
ବାଇକ୍‌ କିମ୍ବା ଟ୍ରେନ୍‌ରେ ଯାଇ ବ୍ରାଉନସୁଗାର ଆଣୁଛନ୍ତି
ମାଫିଆମାନେ ସେଠାରୁ ପୁଡ଼ିଆ କରି ଆଣୁଛନ୍ତି
ଗୋଟିଏ ପୁଡ଼ିଆର ଦାମ୍‌ ୩୦୦ ଟଙ୍କା 
ଆଣୁଥିବା ପୁଡ଼ିଆକୁ ଭାଗଭାଗ କରନ୍ତି
ଛୋଟଛୋଟ ପୁଡ଼ିଆ କରି କାରବାର ଚଳାଉଛନ୍ତି
୭୦୦ ଟଙ୍କାରେ ବିକ୍ରି କରାଯାଉଛି
୨ବର୍ଷରେ ପୁଡ଼ିଆ ଦାମ୍‌ ୨୦୦ ଟଙ୍କା ବୃଦ୍ଧି ପାଇଛି
ସହରରେ କିଛି ନିର୍ଦ୍ଦିଷ୍ଟ ସ୍ଥାନକୁ ଟାର୍ଗେଟ୍‌ କରୁଛନ୍ତି ମାଫିଆ
ଟାର୍ଗେଟ୍‌ରେ ମେଡିକାଲ୍‌ କ୍ୟାମ୍ପସ୍‌ ରାସ୍ତା, ଫାଷ୍ଟଗେଟ୍‌ ଅଞ୍ଚଳ  
ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ପଡ଼ିଆ ବି ହଟ୍‌ସ୍ପଟ୍‌ ପାଲଟିଛି
ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ବିଦ୍ୟାର୍ଥୀଙ୍କୁ ଟାର୍ଗେଟ୍‌ କରିବା ଆରମ୍ଭ
ବାହାର ଅଞ୍ଚଳରୁ ଆସୁଥିବା ପିଲାଙ୍କୁ ବିକ୍ରି କରାଯାଉଛି 
ଡୁରା ଛକ ଏବେ ମାଫିଆଙ୍କ ନୂଆ ଠିକଣା 

ଧଳାଜହରର ସିଣ୍ଡିକେଟ୍

ପିରାମିଡ୍ ଆକାରରେ ଗଢ଼ି ଉଠିଛି ସିଣ୍ଡିକେଟ୍
ବ୍ରାଉନସୁଗାର ଗ୍ରାହକ ସଂଖ୍ୟା ବଢ଼ାଇବାକୁ ଯୋଜନା
ଯୁବପିଢ଼ିଙ୍କୁ ଫସାଇ ବେପାରରେ ମାତିଛନ୍ତି ମାଫିଆ
ନିୟମିତ ଗ୍ରାହକ ସାଜୁଛନ୍ତି ବେପାରୀ
୧୮ରୁ ୨୨ବର୍ଷର ଯୁବକଯୁବତୀଙ୍କୁ ଦିଆଯାଉଛି ପ୍ରଶିକ୍ଷଣ
ସେମାନଙ୍କୁ କୁହାଯାଏ ଧଳାଜହର ସାମ୍ରାଜ୍ୟର ମିଲିଟାଣ୍ଟ

ମାଫିଆଙ୍କ ପାଖେ ପହଞ୍ଚିବା ମୁସ୍କିଲ୍

ଧଳାଜହର ମାଫିଆଙ୍କୁ ପାଇବା ହେଉଛି କଷ୍ଟକର 
ଗଳି ଭିତର ଆପାର୍ଟମେଣ୍ଟ ସେମା‌ନଙ୍କ ହଟସ୍ପଟ୍
ମାଲିକ ରହୁନଥିବା ଘରକୁ ଭଡ଼ାରେ ନେଉଛନ୍ତି
ମାର୍ଚ୍ଚରୁ ସେପ୍ଟେମ୍ବର ଭିତରେ ୨୦୦ ଗ୍ରାମ୍ ଜବତ ହୋଇଛି
ମାର୍ଚ୍ଚରେ ଅବକାରୀ ବିଭାଗ ଧରିଛି ୫୦ଗ୍ରାମ୍‌ 
ଏପ୍ରିଲ୍‌ ମାସରେ ବଡ଼ବଜାର ପୁଲିସ ପାଇଥିଲା ୭ ଗ୍ରାମ୍‌ 
ସେପ୍ଟେମ୍ବର ମାସରେ ଅବକାରୀ ବିଭାଗ ୧୪୨ ଗ୍ରାମ୍‌ ଧରିଛି
୭ ମାସରେ ମାତ୍ର ୭ ଜଣ ଗିରଫ