ନୂତନ ରେଳ ଟନେଲରେ ଫାଟ: ଖୋର୍ଦ୍ଧା–ବଲାଙ୍ଗୀର ରେଳପଥର ସ୍ଥାୟିତ୍ବକୁ ନେଇ ଉଠିଲା ପ୍ରଶ୍ନ

Advertisment

ଖୋର୍ଦ୍ଧା ବଲାଙ୍ଗୀର ରେଳପଥର ବୌଦ୍ଧ ନିକଟରେ ୭ନମ୍ବର ଟନେଲ ଉପରେ ଦେଖାଦେଇଛି ଫାଟ। ଫାଟଟି କାହା ନଜରକୁ ଆସିନଥିବା ବେଳେ ହଠାତ ଆମ ଟିମ୍ ଏହାକୁ କଏଦ କରିଥିଲା। ତେବେ ଟନେଲ ସୁରକ୍ଷା ଯାଞ୍ଚ ପାଇଁ ଆସିଥିବା ପୂର୍ବତଟ ରେଳ ବିଭାଗର ଜିଏମଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ।

ଖୋର୍ଦ୍ଧା ବଲାଙ୍ଗୀର ରେଳପଥର ବୌଦ୍ଧ ନିକଟରେ ୭ନମ୍ବର ଟନେଲ ଉପରେ ଦେଖାଦେଇଛି ଫାଟ। ଫାଟଟି କାହା ନଜରକୁ ଆସିନଥିବା ବେଳେ ହଠାତ ଆମ ଟିମ୍ ଏହାକୁ କଏଦ କରିଥିଲା। ତେବେ ଟନେଲ ସୁରକ୍ଷା ଯାଞ୍ଚ ପାଇଁ ଆସିଥିବା ପୂର୍ବତଟ ରେଳ ବିଭାଗର ଜିଏମଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ।

odisha-tunnel

Photograph: (kanak news)

କନକ ବ୍ୟୁରୋ : ଟନେଲରେ ଫାଟ ପରେ ସ୍ଥାୟିତ୍ବକୁ ନେଇ ଉଠିଲା ପ୍ରଶ୍ନ। ଖୋର୍ଦ୍ଧା ବଲାଙ୍ଗୀର ରେଳପଥର ବୌଦ୍ଧ ନିକଟରେ ୭ନମ୍ବର ଟନେଲ ଉପରେ ଦେଖାଦେଇଛି ଫାଟ। ଫାଟଟି କାହା ନଜରକୁ ଆସିନଥିବା ବେଳେ ହଠାତ କନକ ନ୍ୟୁଜ୍ ଟିମ୍ ଏହାକୁ କ୍ୟାମେରାରେ କଏଦ କରିଥିଲା। 

ଆହୁରି ପଢନ୍ତୁ :ବଢୁଛି ଚୌଦ୍ବାର ଜେଲ କଳି, ପୂର୍ବତନ ଜେଲର-ସପୁରଟେଣ୍ଟ ମୁହାଁମୁହିଁ

ତେବେ ଏନେଇ ଟନେଲ ସୁରକ୍ଷା ଯାଞ୍ଚ ପାଇଁ ଆସିଥିବା ପୂର୍ବତଟ ରେଳ ବିଭାଗର ଜିଏମଙ୍କ ଦୃଷ୍ଟି ଆକର୍ଷଣ କରିଥିଲା କନକ ନ୍ୟୁଜ୍ । ଆଉ ସେ ଏହି ଫାଟକୁ ଦେଖିବା ସହ ଏହା ସରଫେସରେ ଛୋଟ ଫାଟ ଥିବା କହିଛନ୍ତି, ଆଉ ରେଳ ବିଭାଗର ଯନ୍ତ୍ରୀଙ୍କୁ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି । ୭ ନମ୍ବର ଟନେଲ୍ ସରଫେସରେ ଏହି ଫାଟ ଦେଖାଦେଇଛି । ନୂତନ ଟନେଲରେ ଫାଟ ଦେଖାଦେବା ପରେ ଠିକା ସଂସ୍ଥାର କାର୍ଯ୍ୟ ଓ ଟନେଲର ସ୍ଥାୟିତ୍ବକୁ ନେଇ ପ୍ରଶ୍ନ ଉଠିଛି। ତେବେ ରେଳ ଟନେଲ୍ ନିକଟରେ ରେଳପଥ ନିର୍ମାଣ ପାଇଁ ବଡ଼ ବଡ଼ ପଥର ଫଟାଇବା ପାଇଁ ବ୍ଲାଷ୍ଟିଙ୍ଗ କରାଯାଉଛି। ଯାହାର ପ୍ରଭାବରେ ଟନେଲ ଉପରେ ଫାଟ ହୋଇନାହିଁ ତ ବୋଲି ପ୍ରଶ୍ନ ଉଠୁଛି। ପ୍ରତିଦିନ ଟନେଲ୍ ନିକଟରେ ପଥର ବିସ୍ପୋରଣ କରି ଫଟାଯାଉଛି, ଯାହାର ପ୍ରଭାବ ଟନେଲରେ ଦେଖିବାକୁ ମିଳିଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe