କନକ ବ୍ୟୁରୋ : ବରିଷ୍ଠ ରାଜନେତା ତଥା ସିପିଆଇଏମ ମହାସଚିବ ସୀତାରାମ ୟେଚୁରୀଙ୍କ ମୃତ୍ୟୁ ହୋଇଛି । ୭୨ ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଦୀର୍ଘଦିନ ହେବ ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ । ଏନେଇ କିଛିଦିନ ତଳେ ସେ ଚିକିତ୍ସିତ ହୋଇ ଫେରିଥିଲେ । ପୁଣି ସମାନ ସମସ୍ୟା ଦେଖାଦେବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ସିପିଆଇଏମ ମହାସଚିବ ଥିଲେ ସୀତାରାମ ୟେଚୁରୀ । ୧୨ ଅଗଷ୍ଟ, ୧୯୫୨ରେ ମାଡ୍ରାସରେ ଜନ୍ମଗ୍ରହଣ କରିଥିଲେ ସୀତାରାମ । ତେଲୁଗୁ ବ୍ରାହ୍ମଣ ପରିବାରରେ ଜନ୍ମ ନେଇଥିଲେ ୟେଚୁରୀ । ଜେଏନୟୁରେ ଅର୍ଥଶାସ୍ତ୍ରରେ ସ୍ନାତକୋତ୍ତର କରିଥିଲେ ୟେଚୁରୀ । ଜେନେୟୁରେ ଛାତ୍ରନେତା ଭାବେ ଆରମ୍ଭ କରିଥିଲେ ରାଜନୀତି କ୍ୟାରିୟର । ଏମରଜେନ୍ସି ସମୟରେ ଗିରଫ ମଧ୍ୟ ହୋଇଥିଲେ ସୀତାରାମ ।

ଏହାଛଡ଼ା ଜେନେୟୁ ଛାତ୍ରସଂଘର ଅଧ୍ୟକ୍ଷ ମଧ୍ୟ ଥିଲେ ସୀତାରାମ । ୧୯୭୪ରେ ଷ୍ଟୁଡେଣ୍ଟ ଫେଡରେସନ୍ ଅଫ୍ ଇଣ୍ଡିରେ ଯୋଗଦେଇଥିଲେ । ୧୯୭୫ରେ ସିପିଆଇଏମ୍‌ରେ ସାମିଲ ହେଲେ । ୧୯୮୪ରେ ସିପିଆଇଏମ୍ ଜାତୀୟ ସମିତିରେ ଚୟନ ହେଲେ ।